ଲକ ଡାଉନର ପ୍ରଭାବ : ଘରମୁହାଁ ହେଲେ ଦାଦନ ଶ୍ରମିକ

ଓଡ଼ିଶା ତାଜା ଖବର (୦୩ ମଇ ସୋମବାର ) ହିଞ୍ଜିଳିକାଟୁ :- ରାଜ୍ୟରେ କରୋନାର ଦ୍ଵିତୀୟ ଲହରର ତୀବ୍ରତା ଅତି ଭୟଙ୍କର ହୋଇଛି।ରାଜ୍ୟର ୯ ଜିଲ୍ଲାରେ ସଂକ୍ରମଣ ସ୍ଥିତି ବେହାଲ।ସଂକ୍ରମଣର ଶୀର୍ଷରେ ରହିଛି ଖୋର୍ଦ୍ଧା ଜିଲ୍ଲା।ଅନ୍ୟାନ୍ୟ ଜିଲ୍ଲାର ସ୍ଥିତି ଦିନକୁ ଦିନ ବିଗିଡ଼ି ବାରେ ଲାଗିଛି।ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଆଶାତୀତ ସଂକ୍ରମଣ ରୋକିବା ପାଇଁ ଏକ କଡା ପଦକ୍ଷେପ ଗ୍ରହଣ କରାଯାଇଛି।ପୁଣି ରାଜ୍ୟକୁ ଫେରିଛି ଲକ ଡାଉନ।କରୋନାର ଅତି ଭୟଙ୍କର ରୁପ ଓ ସଂକ୍ରମଣର ଦୃତ ଗତିକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪ ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି।୫ତାରିଖ ବୁଧବାର ସକାଳ୫ ଟା ଠାରୁ ୧୯ ତାରିଖ ବୁଧବାର ସକାଳ ୫ ଟା ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଲକ ଡାଉନ ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି।ତେବେ ଲକ ଡାଉନ ସମୟରେ ଜୀବନ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।ରାଜ୍ୟ ସରକାରଙ୍କ ଲକ ଡାଉନ ଘୋଷଣା ଏବେ ଦାଦନ ଶ୍ରମିକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।

ପେଟ ପାଟଣା ଚିନ୍ତାରେ ଦିନ ଦିନ ଧରି ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଦାଦନ ଶ୍ରମିକଙ୍କ ପାଇଁ ୧୪ ଦିନିଆ ଲକ ଡାଉନ ଘୋଷଣା ଦୁଃଖ ଓ ଦୁର୍ଦ୍ଦଶାକୁ ବଢ଼ାଇ ଦେଇଛି।କାମଧନ୍ଦା ବନ୍ଦ ହେବା ଆଶଙ୍କା ଥିବାରୁ ଶହ ଶହ ଦାଦନ ଏବେ ଘର ମୁହାଁ।ଏଭଳି ଏକ ଅଭାବନୀୟ ଦୃଶ୍ୟ ହିଞ୍ଜିଳିକାଟୁ ସହରରେ ଦେଖିବାକୁ ମିଳିଛି।କରୋନା ଭୟ ଓ ଲକ ଡାଉନ ଘୋଷଣା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା କଟକଣା ଦାଦନ ଶ୍ରମିକଙ୍କ ଜୀବନ ଜୀବିକା ବିପନ୍ନ ହୋଇଛି।ମୁଖ୍ୟତଃ କଟକଣା ମଧ୍ୟରେ ରହିଛି ଯାତ୍ରୀ ପରିବହନ ସେବା।ଲକ ଡାଉନ ପର୍ଯ୍ୟନ୍ତ ରାଜ୍ୟରେ ଗାଡିବ ନାହିଁ ବସ, ଅଟୋ ଓ ଟାକ୍ସି।ଏଣୁ ବଲାଙ୍ଗୀର ଜିଲ୍ଲାରୁ ସ୍ଥାନୀୟ ଅଞ୍ଚଳରେ ନିୟୋଜିତ ହୋଇଥିବା ଅସଂଖ୍ୟ ଦାଦନ ଶ୍ରମିକ ଏବେ ନିଜ ଭିଟାମାଟିକୁ ଫେରିଯିବା ପାଇଁ ଉଦ୍ୟତ।ସୋମବାର ମଧ୍ୟାହ୍ନ ଠାରୁ ନୂତନ ବସ ଟର୍ମିନାଲରେ ଛୁଆପିଲାଙ୍କୁ ଧରି ଶ୍ରମିକ ମାନେ ବଲାଙ୍ଗୀର ମୁହାଁ ହେବା ଦେଖାଯାଇଛି । ଗତବର୍ଷ ଶ୍ରମିକ ମାନଙ୍କ ସହାୟତା ଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବସ ବନ୍ଦୋବସ୍ତ କରାଯାଇଥିଲା।ଶ୍ରମିକ ମାନଙ୍କୁ ଖାଦ୍ୟ, ପାନୀୟ ଆଦି ସୁବିଧା ଯୋଗାଇବା ସହ ସେମାନଙ୍କୁ ନିଜ ନିଜ ଅଞ୍ଚଳକୁ ପଠା ଯାଇଥିଲା । କିନ୍ତୁ କରୋନାର ଦ୍ଵିତୀୟ ଲହର ଚିନ୍ତା ସମସ୍ତଙ୍କୁ ଚକିତ କରିଛି । ଏଣୁ ଦାଦନ ଶ୍ରମିକ ମାନେ ଆର୍ଥିକ କ୍ଷତିଗ୍ରସ୍ତ ହୋଇ ନିଜ ଭିଟା ମାଟି ଫେରିବା ଘଟଣା ଚିନ୍ତାର କାରଣ ପାଲଟିଛି ।   (ରିପୋର୍ଟ – ଶୁସାନ୍ତ ପ୍ରଧାନ )

Exit mobile version