ଭାରସାମ୍ୟ ହରାଇ କେନାଳକୁ ଖସିଲା କାର

ଓଡ଼ିଶା ତାଜା ଖବର (୦୩ ମଇ ସୋମବାର ) ହିଞ୍ଜିଳିକାଟୁ :-  ରବିବାର ସକାଳେ ଏକ କାର ( ଓଡ଼ି୦୭ଏଏଚ ୨୯୩୪ ) ଭାରସାମ୍ୟ ହରାଇ ୫୯ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ସହର ଆରଏମସି ନିକଟସ୍ଥ ୭ନଂ କେନାଳ ମଧ୍ୟକୁ ଖସି ପଡ଼ିଥିଲା । ତେବେ ସୌଭାଗ୍ୟବଶତଃ କାରରେ ଯାତ୍ରା କରୁଥିବା କେହି ଗୁରୁତର ଆହତ ହୋଇନଥିଲେ ।

ସ୍ଥାନୀୟ ଲୋକଙ୍କ ସହାୟତାରେ କ୍ରେନ ସହାୟତାରେ କାରକୁ କେନାଳ ମଧ୍ୟରୁ ବାହାର କରାଯାଇଥିଲା । ପ୍ରକାଶ ଥାଉକି, କାରଟି ବ୍ରୌ୍‌ମପୁର ଠାରୁ ହିଞ୍ଜିଳିକାଟୁ ଅଭିମୁଖେ ଆସୁଥିବା ବେଳେ ହିଞ୍ଜିଳିକାଟୁ ସହର ଆରଏମସି ଛକ ନିକଟରେ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସି ପଡ଼ିଥିଲା ।  (ରିପୋର୍ଟ – ଶୁସାନ୍ତ ପ୍ରଧାନ )

Exit mobile version