ପ୍ରତ୍ୟେକ ରବିବାରରେ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌

ଓଡ଼ିଶା ତାଜା ଖବର (୦୩ ମଇ ସୋମବାର ଭୁବନେଶ୍ୱର :- ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ଭୟଙ୍କର ରୂ ପ ନେଇଛି । ଏହି ପରିେ ପ୍ରକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆର୍‌ଟିଆଇ ପରିସରରେ ଥିବା ଜନଜାତି ସଂଗ୍ରହାଳୟକୁ ଅେ ପ୍ରଲ ୨୬ ତାରିଖଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ଭର୍ଚୁଆଲ୍‌ ମୋଡ୍‌ରେ ଜନଜାତି ସଂଗ୍ରହାଳୟକୁ ଜନସାଧାରଣ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @scstrti, @stscdev ଖୋଲି ପ୍ରତ୍ୟେକ ରବିବାର ବୁଲି ଦେଖି ପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଦେଶର ଶ୍ରେଷ୍ଠ ବିବେଚିତ ଏହି ଜନଜାତି ସଂଗ୍ରହାଳୟ ‘ମାନବ ସଂଗ୍ରହାଳୟ’ ଭାବେ ପରିଚିତ । ଏଠାରେ ୬୨ଟି ଜନଜାତି ଓ ୧୩ଟି ଆଦିମ ଜନଜାତିଙ୍କର ଜୀବନଶୈଳୀ ଓ ସଂସ୍କୃତି ସଂ ପର୍କରେ ପାଞ୍ଚଗୋଟି ଗ୍ୟାଲେରୀ ସହ ପିଭିଟିଜି ଗ୍ୟାଲେରୀ ରହିଛି । ଆଉ ମଧ୍ୟ ଜନଜାତି ପୂଜା ପୀଠ, ଜନଜାତି ବାସଗୃହ, କାରୁକୃତି ଓ ବ୍ୟବହୃତ ବସ୍ତୁର ସମାହାର ସହ ଅଡିଟୋରିୟମ୍‌ ଆଦି ରହିଛି । ଭର୍ଚୁଆଲ୍‌ ମୋଡ୍‌ରେ ଆରମ୍ଭ ହୋଇଥିବା ୬ ମିନିଟ୍‌ର ବୃତ୍ତଚିତ୍ରରେ ଦର୍ଶକମାନେ ଜନଜାତି ସଂଗ୍ରହାଳୟ ସଂ ପର୍କରେ ଜାଣି ପାରିବେ ।

Exit mobile version