ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ 49 ନମ୍ୱର ଜାତୀୟ ରାଜପଥ ସିଙ୍ଗଡ଼ା ନିକଟରେ ସଡକ ଦୁର୍ଘଟଣl

ଓଡ଼ିଶା ତାଜା ଖବର (୦୩ ମଇ ସୋମବାର )  ରାଇରଙ୍ଗପୁର :- ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ 49 ନମ୍ୱର ଜାତୀୟ ରାଜପଥ ସିଙ୍ଗଡ଼ା ନିକଟରେ ଘଟିଛି ସଡକ ଦୁର୍ଘଟଣା । ଯେଉଁଥିରେ ଦୀର୍ଘ ମସୟ ଧରି ଡ୍ରାଇଭର ଟ୍ରଲରରେ ଚାପି ହୋଇ ଫସି ରହିଥିଲା । ସୂଚନା ଅନୁଯାୟୀ ଯଶିପୁର ପଟୁ ଆଇରନ ଖାଲି କରି କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ଟ୍ରଲର ଗାଡ଼ି ଯାହାର ନମ୍ୱର NL-01K 1137 ସିଙ୍ଗଡ଼ା ନିକଟରେ ରାସ୍ତା ତଳକୁ ଓଲଟି ପଡିଥିଲା ।

3 ଘଣ୍ଟା ପରେ ଟ୍ରଲରରେ ଚାପି ରହିଥିବା ଡ଼୍ରାଇଭର ଉଦ୍ଧାରତେବେ ଟ୍ରଲରରେ ଚାଳକ ଜଣକ ଚାପି ହୋଇ ଫସି ରହିଥିଲେ । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଦୀର୍ଘ 3 ଘଣ୍ଟାର ପରିଶ୍ରମ ପରେ ଜୀବିତ ଭାବେ ଉଦ୍ଧାର କରାଯାଇ କରଞ୍ଜିଆ ମେଡିକାଲକୁ ଅଣାଯାଇଛି । ତେବେ ରାସ୍ତା କାମ ଚାଲିଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବାର ଲୋକେ ଅଭିଯୋଗ କରିଛନ୍ତି । (ଦୀପ୍ତିମାନ ପତି, ମୟୂରଭଞ୍ଜ)

Exit mobile version