ଲକଡାଉନ୍ ନିମନ୍ତେ ସହରରେ ନାହିଁ ନଥିବା ଭିଡ, ଢେଙ୍କାନାଳ

ଓଡ଼ିଶା ତାଜା ଖବର (୦୩ ମଇ ସୋମବାର ଢେଙ୍କାନାଳ :- ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ସପ୍ତାହନ୍ତ ଲକଡାଉନ୍ ଥିଲା ଏବଂ ଆଗକୁ ଆସନ୍ତା ୫ ତାରିଖରୁ ୧୯ ପର୍ଯ୍ୟନ୍ତ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଛନ୍ତି। ସେଥିପାଇଁ ଜନସାଧାରଣ ନିଜର ଦୈନିକ ସଉଦା ନିମନ୍ତେ ବଜାର ଘାଟରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି ।

ଜିଲ୍ଲା ପ୍ରଶାସନ ବି ସବୁ ଦେଖି ନା କିଛି କରି ପାରୁଛି ଓଲଟି ଟ୍ରାଫିକ୍ ପୋଲିସ ହାତ ଦେଖେଇ ବାଟ କାଢି ଦେଉଛନ୍ତି। ଯାହାକି କୋରୋନା ଦ୍ଵିତୀୟ ଲହରୀର ଭୟାଭୟତାକୁ ସହରର ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। (ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।

Exit mobile version