ନୂଆଗାଁ ତହସିଲ ରେ ନୂତନ ତହସିଲଦାର ଭାବେ ପ୍ରଳୟ ନନ୍ଦ ଶତପଥୀ ଙ୍କ ଯୋଗଦାନ

ଓଡ଼ିଶା ତାଜା ଖବର (୦୩ ମଇ ସୋମବାର ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ତହସିଲ କାର୍ଯ୍ୟାଳୟ ରେ ନୂତନ ତହସିଲଦାର ଭାବେ ପ୍ରଳୟ ନନ୍ଦ ଶତପଥୀ ଯୋଗ ଦେଇଛନ୍ତି।ଏହା ପୂର୍ବରୁ ପୁରୀ ଜିଲ୍ଲାରେ ଡେପୁଟି କଲେକ୍ଟର ( ରେଭେନ୍ୟୁ) ଭାବେ କାର୍ଯ୍ୟରତ ଥିଲେ ।

କରୋନା ର ଦ୍ଵିତୀୟ ଲହରୀ ଯୋଗୁଁ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ କରୋନା ନୀତି ନିୟମ ପାଳନ ପୂର୍ବକ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବ୍ୟବହାର କରିବା ପାଇଁ ଜନସାଧାରଣ ଙ୍କୁ ନୂତନ ତହସିଲଦାର ପ୍ରଳୟ ନନ୍ଦ ଶତପଥୀ ନିବେଦନ କରିଛନ୍ତି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version