ପୁଣି ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ

ଓଡ଼ିଶା ତାଜା ଖବର (୦୩ ମଇ ସୋମବାର ପିପିଲି :- ପୁଣି ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ । କରୋନା ସଂକ୍ରମଣକୁ ନଜରରେ ରଖି ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି । ତେବେ ନିର୍ବାଚନ ସ୍ଥଗିତ ହେବା ନେଇ ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।

ଆଗାମୀ ୧୬ ତାରିଖରେ ନିର୍ବାଚନ ହେବାକୁ ଥିଲା ପିପିଲିରେ । କେବଳ ଏତିକି ନୁହେଁ ଆଜି ମଧ୍ୟ ବାଲାଟ୍‌ ପେପରରେ ନିର୍ବାଚନ ଆରମ୍ଭ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ କେବେ ନିର୍ବାଚନ ହେବ ସେନେଇ କୌଣସି ସୂଚନା ମିଳିନାହିଁ ।

Exit mobile version