ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣାଇଲେ ଦୂର୍ନୀତି ବିରୋଧରେ ଜିରୋ ଟଲରେନ୍ସ ନୀତି 

ଓଡ଼ିଶା ତାଜା ଖବର (୦୩ ମଇ ସୋମବାର ଭୁବନେଶ୍ୱର :- ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣାଇଲେ ଦୂର୍ନୀତି ବିରୋଧରେ ଜିରୋ ଟଲରେନ୍ସ ନୀତି  ।  ଆଏଏସ ଅଭୟ ପାଠକଙ୍କୁ ଦିଆଗଲା ବାଧ୍ୟତା ମୂଳକ ଅବସର । ରାଜ୍ୟ ସରକାରଙ୍କ ସୁପାରିଶ ପରେ ରାଷ୍ଟ୍ରପତି ଦେଲେ ବାଧ୍ୟତା ମୂଳକ ଅବସର । ୧୯୮୭ ବ୍ୟାଚର ଆଇଏଏସ ହେଉଛନ୍ତି ଅଭୟ ପାଠକ ।

କିଛି ଦିନ ପୂର୍ବରୁ ପାଠକଙ୍କ ନିକଟରୁ କୋଟି କୋଟି ଟଙ୍କା ସଂପତ୍ତି ଠୁଳ କରାଯାଇଥିଲା । ଅଭୟକାନ୍ତ ଅସଦ ବାଟରେ ଧନ ଉପାର୍ଜନ କରି ବିଳାସପୂର୍ଣ୍ଣ କାର ମର୍ସିଡେଜ, ବିଏମଡବ୍ଲୁ ଆଦି କିଣିଛନ୍ତି । ଏଥିସହ ଲକଡାଉନ ସମୟରେ ପାଠକ ବାପପୁଅ ଚାର୍ଟାଡ ପ୍ଲେନରେ ଦେଶର ବିଭିନ୍ନ ସ୍ଥାନକୁ ଯିବା ସହ ବିଳାସପୂର୍ଣ୍ଣ ହୋଟେଲରେ ରହିଥିବା ଜଣାପଡ଼ିଥିଲା

ଏଥିପାଇଁ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିବା ସହ ଅତ୍ୟଧିକ ଦୁର୍ନୀତିଗ୍ରସ୍ତ ଯୋଗୁଁ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ କରିଥିଲେ । ଜଣେ ଦୁର୍ନୀତିଗ୍ରସ୍ତ ସର୍ବଭାରତୀୟ ସେବା ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ସୁପାରିସ କରିବାରେ ଏହା ପ୍ରଥମ ଘଟଣା ।  ଆଜି ରାଜ୍ୟ ସରକାରଙ୍କ ସୁପାରିଶକୁ ଗ୍ରହଣ କରି ଓ ବିଚାର କରି ରାଷ୍ଟ୍ରପତି ତାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି ।

Exit mobile version