Home ଓଡ଼ିଶା ଶଙ୍କରାନନ୍ଦ ମଠ ର କିପରି ପୁନରୁଦ୍ଧାର ଓ ସୁରକ୍ଷା ହେବ ତାହା ଉପରେ ଆଲୋଚନା ପୁରୀ ର ପ୍ରାଚୀନ ମନ୍ଦିର ସୁରକ୍ଷା ସମ୍ପର୍କିତ ୱେବିନାର ଅନୁଷ୍ଠିତ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ଖବର (୦୩ ମଇ ସୋମବାର ) ପୁରୀ :- ଆଜି ଦିବା 11 ଘଟିକା ରୁ 1 ଘଟିକା ପର୍ଯ୍ୟନ୍ତ କୋଭିଡ ର ଭୟାବହତା କୁ ଦୃଷ୍ଟି ରେ ରଖି ଉତ୍କଳ ବିଦ୍ୟୁତ୍ ପରିଷଦ ଆନୁକୁଲ୍ୟରେ ଏବଂ ୱେବିନାର୍ (google meet) ର ଆୟୋଜନ କରାଯାଇଥିଲା । ପୁରୀ ର ପ୍ରାଚୀନ ମଠ, ମନ୍ଦିର, ଆଶ୍ରମ ଗୁଡ଼ିକ ର ସୁରକ୍ଷା ଓ ପୁନଃରୁଦ୍ଧାର ସମ୍ପର୍କିତ ଏହି ଆଲୋଚନା ଚକ୍ର ରେ ପୁରୀ ଓ ଭୁବନେଶ୍ୱର ର ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନ ର ମୁଖ୍ୟ ମାନେ ଯୋଗ ଦେଇଥିଲେ। କାର୍ଯକ୍ରମ ର ପ୍ରାରମ୍ଭ ରେ ଉତ୍କଳ ବିଦ୍ୟୁତ୍ ପରିଷଦ ର ଅନ୍ୟତମ ଉପଦେଷ୍ଟା ଡ଼ଃ ଆର୍ୟ କୁମାର ଜ୍ଞାନେନ୍ଦ୍ର ମଙ୍ଗଳ ଗୀତ ପାଠ ସହ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ।ତତ୍ ପରେ ଉପସ୍ଥିତ ମହାନୁଭବ ମାନେ ବିସ୍ତୃତ ଭାବରେ ମଠ ମନ୍ଦିର ସୁରକ୍ଷା ସମ୍ୱନ୍ଧ ରେ ପ୍ରସ୍ତାବ ମାନ ରଖିଥିଲେ। ପ୍ରାଥମିକ ସ୍ତର ରେ ପୁରୀ ର ବାଲିସାହି ମୌଜା ରେ ଅବସ୍ଥିତ ସର୍ବ ପ୍ରାଚୀନ ଶଙ୍କରାନନ୍ଦ ମଠ ର କିପରି ପୁନରୁଦ୍ଧାର ହେବ ସେ ସଂପର୍କ ରେ ବହୁ ମୂଲ୍ୟ ତଥ୍ୟ ସମ୍ବଳିତ ବକ୍ତବ୍ୟ ବିଭିନ୍ନ ବକ୍ତା ମାନେ ପ୍ରଦାନ କରିଥିଲେ। ଡଃ ଆର୍ଯ କୁମାର ଜ୍ଞାନେନ୍ଦ୍ର :- ଯଥା ଶୀଘ୍ର ଏକ ପାଞ୍ଚ ଜଣିଆ କମିଟି କରି ପୁରୀ ଜିଲ୍ଲାପାଳ ଙ୍କୁ ଭେଟି ଶଙ୍କରାନନ୍ଦ ମଠ ର ଜରାଜୀର୍ଣ୍ଣ ଅବସ୍ଥା ବିଷୟରେ ଅବଗତ କରାଯାଉ। ଆସନ୍ତା ନୃସିଂହ ଜନ୍ମ ଦିନ ମଠ ରେ ଏକ ଯଜ୍ଞାନୁଷ୍ଟାନ ର ଆୟୋଜନ ହେଉ । କୋରୋନା ପ୍ରକୋପ ରୁ ମୁକ୍ତି ପାଇଁ ସେହି ଦିନ ସାରା ଓଡ଼ିଶାବାସୀ ନୃସିଂହ ଭଗବାନ ଙ୍କ ଉଦ୍ଦେଶ୍ୟ ରେ ଦୀପ ଟିଏ ଜଳାନ୍ତୁ । ଶ୍ରୀ ମନ୍ଦିର ପରିଚାଳନା କମିଟି ପ୍ରାକ୍ତନ ସଭ୍ୟ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର: ପ୍ରାଥମିକ ସ୍ତର ରେ ଶଙ୍କରାନନ୍ଦ ମଠ ର ସୁରକ୍ଷା କୁ ଅଗ୍ରାଧିକାର ଦିଆଯାଉ। ଶ୍ରୀମନ୍ଦିର ସହ ଏହି ମଠ ର ସେବା ନୀତି ଆଦି କଣ ଅଛି ତଥ୍ୟ ସଂଗ୍ରହ କରି ମୁଖ୍ୟ ପ୍ରଶାସକ ଙ୍କୁ ଏହା ପୁନଃ ପ୍ରଚଳନ ପାଇଁ ଅନୁରୋଧ କରାଯାଉ। ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୋଛିକାର :- ଐତିହ୍ୟ ସଂରକ୍ଷଣ ପାଇଁ ଭାରତ ସରକାର ଅବଢ଼ା ପ୍ରସାଦ ଅମୃତଯୋଜନା ରେ ଶଙ୍କରାନନ୍ଦ ମଠ କୁ କିଭଳି ସାମିଲ୍ କରାଯିବ ତାହାପାଇଁ ପଦକ୍ଷେପ ନିଆଯାଉ। ଗୋଟିଏ ଐତିହ୍ୟ ଦର୍ଶନ ଚଲାପଥ ବା ବ୍ୟାଟେରୀ ଅଟୋମାର୍ଗ ର ପ୍ରସ୍ତାବ ସରକାର ଙ୍କୁ ଦିଆଯାଉ। ଶ୍ରୀକ୍ଷେତ୍ର ପରିକ୍ରମା ମାର୍ଗ ସରକାର ଙ୍କ ଦ୍ଵାରା ବିକଶିତ ହେଉ। ରାଜ୍ୟ ସରକାର ଓ କେନ୍ଦ୍ରସରକାରଙ୍କ ବିଭିନ୍ନ ସଂସ୍ଥା କୁ ଏହି ଶଙ୍କରାନନ୍ଦ ମଠ ର ବିକାଶ ପାଇଁ ଯୋଜନା ଓ ବ୍ୟୟ ଅଟକଳ ପଠା ଯାଉ। ପଣ୍ଡିତ ବିଶ୍ବମ୍ବର ଦାସ :- ଏହା ଏକ ସର୍ବପ୍ରାଚୀନ ମଠ। ବେଦ କର୍ମକାନ୍ତି ର ମୂଳ କେନ୍ଦ୍ର ଥିଲା। ବର୍ତ୍ତମାନ ଧ୍ବଂସାଭିମୁଖୀ। ନୃସିଂହ ଜନ୍ମ ଉତ୍ସବ ରୂପେ ପାଳିତ ହେଉ। ରାଜ୍ୟବାସୀ ନୃସିଂହ ମନ୍ତ୍ର ପାଠ କରି କୋରୋନା ରୁମୁକ୍ତି ପାଇବାପାଇଁ ପ୍ରାର୍ଥନା କରନ୍ତୁ।ସାମ୍ୱାଦିକ* ମଧୁସୂଦନ ମିଶ୍ର: ଶଙ୍କରାନନ୍ଦ ମଠ ସମ୍ପର୍କ ରେ ସଂପୃକ୍ତ ତଥ୍ୟ ସଂଗ୍ରହ କରି ଡକ୍ୟୁମେଣ୍ଟରି ଫିଲ୍ମ ର ନିର୍ମାଣ ହେଉ। ଜନସାଧାରଣଙ୍କ ଅଗୋଚର ରେ ମଠ ଟି ରହିଯାଉଛି। ଏହା କିପରି ଲୋକଲୋଚନକୁ ଆସିବ ତାହା ପାଇଁ ଯୋଜନା ପ୍ରସ୍ତୁତ ହେଉ। ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ମନ୍ଦିର ସହ ସମ୍ପର୍କକୁ ପୁନଃଜିବିତ କରାଯାଉ। ସମାଜସେବୀ ସ୍ୱାଧୀନ ପଣ୍ଡା :- ନୃସିଂହ ଚତୁର୍ଦ୍ଦଶୀ ରେ ବଡ଼ ଉତ୍ସବ ହେଉ। କିନ୍ତୁ ତା ପୂର୍ବରୁ ମଠ ଆବର୍ଜନା ମୁକ୍ତ ହେଉ। ବ୍ୟାପକ ସଫେଇ କାର୍ଯକ୍ରମ ହାତ କୁ ନିଆଯାଉ। ଆଇନଜୀବୀ ତଥା ସମାଜସେବୀ ଲାଲା ଅନନ୍ତ କୁମାର ସିଂହଁ : ଶଙ୍କରାନନ୍ଦ ମଠ ର ଭୂ ସମ୍ପତି ର ତାଲିକା ସଂଗ୍ରହ ହେଉ ଏବଂ ସେଗୁଡ଼ିକ କିପରି ପୁନଃରୁଦ୍ଧାର ହେବ ତାହା ପାଇଁ ପଦକ୍ଷେପ ନିଆଯାଉ । ଜିତେନ୍ଦ୍ର କୁମାର ମହାପାତ୍ର: ଶଙ୍କରାନନ୍ଦ ମଠ ର ଇଷ୍ଟ ଦେବତା ନୃସିଂହ ଭଗବାନ ଙ୍କୁ ଆରାଧନା ମାଧ୍ୟମ ରେ ଜାଗ୍ରତ କରାଇ ଏହି ପୁଣ୍ୟ ଭୂମିର ପୁନଃ ନିର୍ମାଣ କରାଯାଉ। ଏହି ମଠ ର ପୁନଃରୁଦ୍ଧାର ଅନ୍ୟମଠ, ମନ୍ଦିର, ଆଶ୍ରମ ର ପୁନଃରୁଦ୍ଧାର ପାଇଁ ମାଇଲ ଖୁଣ୍ଟ ସଦୃଶ ହେବ । ଅନ୍ୟ ବକ୍ତା ମାନେ ଏହି ଅଭିଯାନରେ ପ୍ରତ୍ୟକ୍ଷ ଭାବରେ ସାମିଲ ହୋଇ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୱେବୀନାର କୁ ସଞ୍ଚାଳନ କରିଥିଲେ ଉତ୍କଳ ବିଦ୍ୟୁତ୍ ପରିଷଦର ଅଧ୍ୟକ୍ଷ ମନୋଜ ରଥ । ପ୍ରଯୁକ୍ତି ବିଦ୍ୟା ସହାୟତା କରିଥିଲେ ସୌମ୍ୟଶ୍ରି ଆଶୀର୍ବାଦ । ଶ୍ରୀ ଦେବବ୍ରତ ଦେବତା,ଶ୍ରୀ ଶେଖର ସାମନ୍ତରାୟ,ସଞ୍ଜୟ ପ୍ରଧାନ,ବିରଞ୍ଚି ମିଶ୍ର,କୃଷ୍ନଚନ୍ଦ୍ର ମିଶ୍ର, କମଳାକାୟ ଆଚାର୍ଯ୍ୟ,ସାମ୍ବାଦିକ ବିକ୍ରମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । (ଲାଲା ଅନନ୍ତ କୁମାର ସିଂହ) Categories: ଓଡ଼ିଶା, ପୁରୀ, ହୋମ୍ Related Content International Women’s Day 2026 Observed with Service Initiative at Red Cross Bhawan by Proprietor Abhimanyu Maharana March 11, 2026 ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି by Proprietor Abhimanyu Maharana March 10, 2026 ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ by Proprietor Abhimanyu Maharana March 10, 2026 ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ by Proprietor Abhimanyu Maharana March 10, 2026 ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ by Proprietor Abhimanyu Maharana March 10, 2026 ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ by Proprietor Abhimanyu Maharana March 10, 2026