ନୂଆପଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି

ଓଡ଼ିଶା ତାଜା ଖବର (୦୩ ମଇ ସୋମବାର ନୂଆପଡ଼ା :- ନୂଆପଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଜିଲ୍ଲାରେ ବର୍ତ୍ତମାନ ଗାଁ ଗାଁରେ ଜ୍ବର, ଥଣ୍ଡା, କାଶରେ ଲୋକେ ଆକ୍ରାନ୍ତ ଥିବା ଜଣାପଡ଼ିଛି। କିଛି ଲୋକଙ୍କୁ ଦିନ ଜ୍ବର ହୋଇ ଦେହ ଖରାପ ହେବା ପରେ ହାଠତ୍ ଜୀବନ ଚାଲି ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି। ବିଶେଷ କରି ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ଜିଲ୍ଲାର ସୀମାନ୍ତ ଗାଁ ଲୋକମାନେ ଗମନାଗମନର ସୁବିଧା ନଥିବାରୁ କେବଳ କ୍ବାକ୍ ଭରସାରେ ରହି ସ୍ଥାନୀୟ ଡାକ୍ତରଖାନାକୁ ଆସୁନଥିବା ଜଣାପଡ଼ିଛି।

ନୂଆପଡ଼ା ଜିଲ୍ଲାରେ କିଛିଦିନ ହେଲା ବିଭିନ୍ନ ଗାଁରେ ଜ୍ବର ହୋଇ ୫ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି। ସେହିପରି ଗୋଟିଏ ଗାଁରେ ଦୁଇମାସ ମଧ୍ୟରେ ୧୧ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହାକୁ ଦେଖି ଲୋକମାନେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇଥିବା ସନ୍ଦେହ କରୁଛନ୍ତି। ଆଉ କେହିକେହି ଅଜଣା ରୋଗ ବୋଲି କହୁଛନ୍ତି।

Exit mobile version