ସାରା ଦେଶରେ କରୋନାର ଦ୍ୱିତୀୟ ଲହର ପାଇଁ ପ୍ରତିଦିନ ଲୋକଙ୍କ ମୁଣ୍ଡ ଗଡୁଛି

ଓଡ଼ିଶା ତାଜା ଖବର (୦୩ ମଇ ସୋମବାର ) ଅନୁଗୁଳ/ବନ୍ତଳା  :- ସାରା ଦେଶରେ କରୋନାର ଦ୍ୱିତୀୟ ଲହର ପାଇଁ ପ୍ରତିଦିନ ଲୋକଙ୍କ ମୁଣ୍ଡ ଗଡୁଛି। ସେହିପରି ଅନୁଗୁଳ ଜିଲ୍ଲାରେ ମଧ୍ୟ ଏବେ କରୋନା ଯୋଗୁଁ ଚିନ୍ତାଜନକ ପରିସ୍ଥିତି ଉପୁଜିଥିଲା ବେଳେ ପ୍ରତିଦିନ ଶହ ଶହ ନୂଆ କରୋନା ରୋଗୀ ଚିହ୍ନଟ ହେଉଛନ୍ତି  । ଏପରି ସ୍ଥଳେ ସରକାର ଆଜି ଠାରୁ ସାତକୋଶିଆ ଅଭୟାରଣ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦେଇଛନ୍ତି । ପର୍ଯ୍ୟଟକମାନଙ୍କ ପାଇଁ ସାତକୋଶିଆ ଅଭୟାରଣ୍ୟ ଏବେ ନିଷେଧ  ।

ସୂଚନାଯୋଗ୍ୟ ଯେ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ମହାନଦୀ ଗଣ୍ଡ, କୁମ୍ଭୀର ସଂରକ୍ଷଣ କେନ୍ଦ୍ର, ସାଙ୍ଗକୁ ପ୍ରାକୃତିକ ପରିବେଶ ଓ ନେଚର କ୍ୟାମ୍ପଗୁଡ଼ିକ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ । ତେବେ ସାତକୋଶିଆକୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ରାଜ୍ୟ ଓ ରାଜ୍ୟ ବାହାରୁ ତଥା ବିଦେଶରୁ ମଧ୍ୟ ଅନେକ ପର୍ଯ୍ୟଟକ ଏଠାକୁ ଆସି ମହାନଦୀରେ ବୋଟିଂର ମଜା ନେବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି ।

କିନ୍ତୁ କିଛି ଦିନ ହେଲା କରୋନା ମହାମାରୀ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ଏନେଇ ସାତକୋଶିଆ ଅଭୟାରଣ୍ୟକୁ ବନ୍ଦ କରି ଦିଆଯାଇଛି। ସାତକୋଶିଆ ଅଭୟାରଣ୍ୟର ପ୍ରବେଶ ପଥ କୁହାଯାଉଥିବା ପମ୍ପାସର ବନାଞ୍ଚଳ ଠାରେ ଥିବା ତନଖି ଫାଟକ ନିକଟରେ ପ୍ରତିଦିନ ଯାଞ୍ଚ କରିବା ସହ ପର୍ଯ୍ୟଟକମାନଙ୍କ ପାଇଁ ଭିତରକୁ ଯିବା ନିଷେଧ କରାଯାଇଥିବା ଏସିଏଫ ଶୁଭେନ୍ଦୁ ବେହେରା ପ୍ରକାଶ କରିଛନ୍ତି ।

Exit mobile version