ଲୋକସମ୍ପର୍କ ବିଭାଗର କର୍ମଚାରୀ କାଳନ୍ଦି ଚରଣ ମହାନ୍ତି ଙ୍କ ଅକାଳ ବିୟୋଗ 

ଓଡ଼ିଶା ତାଜା ନ୍ୟୁଜ୍ (୦୨ ମଇ ରବିବାର ) ଭୁବନେଶ୍ୱର :- ସୂଚନା ଓ ଲୋକସମ୍ପର୍କ ବିଭାଗ ର ଅବସରପ୍ରାପ୍ତ କର୍ମଚାରୀ କାଳନ୍ଦୀ ଚରଣ ମହାନ୍ତି ଙ୍କ ପରଲୋକ ଘଟିଛି । ସେ ଜଣେ ନିଶ୍ଚଳ ଓ ପରୋପକାରୀ ବ୍ୟକ୍ତିତ୍ଵ ଥିଲେ । ଶ୍ରୀ ମହାନ୍ତି ନୟାପଲି, ନୁଆସାହି ରେ ରହୁଥିଲେ । ସେ 2003 ମସିହା ମାର୍ଚ୍ଚ ରେ ସରକାରୀ ଚାକିରି ରୁ ଅବସର ଗ୍ରହଣ କରିଥିଲେ । ଗତକାଲି ପୂର୍ବାହ୍ନ 11.20 ମିନିଟ୍ ସମୟରେ ତାଙ୍କର ଅକାଳ ବିୟୋଗ ଘଟିଛି ।

ଶ୍ରୀ ମହାନ୍ତି ହେଉଛନ୍ତି ରାଜଭବନ ର ରାଜ୍ୟପାଳ ଙ୍କ ଫଟୋଗ୍ରାଫର ମନୋରଞ୍ଜନ ମହାନ୍ତି ଙ୍କ ପିତା । ତାଙ୍କ ବିୟୋଗ ରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ମହାନ୍ତି ଙ୍କ ମୃତ୍ୟୁ ରେ ଆମ ଓଡ଼ିଶା ତାଜା ନ୍ୟୁଜ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଆତ୍ମା କୁ ସଦ୍ଗତି ପ୍ରାପ୍ତ ହେଉ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛୁ । ତାଙ୍କ ରି ବିୟୋଗ ସମୟ ରେ ପୁଅ, ବୋହୁ, ନାତି ନିତ୍ୟ ଓଁ, ବିକି, ଦିବ୍ୟ ଓମ୍ ଓ ନାତୁଣୀ କଣ୍ଡେଇ। ଯାଇଁ, ଝିଅ ଉପସ୍ଥିତ ଥିଲେ ।

Exit mobile version