ରାଜା ଗ୍ୟାଙ୍ଗ କୁ ସମୂଳ ନାଶ କରିବା ପାଇଁ ଅଣ୍ଟା ଭିଡ଼ିଛି – ଚାନ୍ଦପୁର ପୋଲିସ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ମଇ ରବିବାର ) ଚାନ୍ଦପୁର :- ଚାନ୍ଦପୁର ପୋଲିସ ର ନଜର ରାଜା ଗ୍ୟାଙ୍ଗ ଉପରେ । ବିଶେଷ ସୂତ୍ରରୁ ପ୍ରକାଶ ପାଉଛି କି ଏହି ଗ୍ୟାଙ୍ଗରେ ସମ୍ପୃକ୍ତ ଅଭିଯୁକ୍ତ ମାନେ ଲୁଟ ପାଟ ଏବଂ ଡରାଇ ଧମକାଇ ଗୁଣ୍ଡା ରାଜ୍ ଚଳାଇଥିବା ରାଜା ଗ୍ୟାଙ୍ଗ ର ଜଣଙ୍କୁ ଗିରଫ କରିଛି ପୋଲିସ ।

ରାଜା ଗ୍ୟାଙ୍ଗର ପ୍ରମୁଖ ସହଯୋଗୀ ଅଭିଯୁକ୍ତ ଅଖିଲା ପ୍ରଧାନ ଓରଫ ବିକ୍ରମଙ୍କୁ 66/2021 ରେ ଗିରଫ କରାଯାଇଛି ଏବଂ ବର୍ତ୍ତମାନ ତାଙ୍କୁ କୋର୍ଟ ପଠାଇଛି ଚାନ୍ଦପୁର ପୋଲିସ । ଏବଂ ଯଥା ଶୀଘ୍ର ରାଜା ଗ୍ୟାଙ୍ଗ କୁ ସମ୍ପୂର୍ଣ୍ଣ ବିଲୋପ କରିବ ବୋଲି ପ୍ରତିକ୍ରିୟା ରଖିଛନ୍ତି

ସେ ରାଜା ଏବଂ ସୁଶିଆ ପାରିଦାଙ୍କ ସହ ରାଜଧାନୀ ଢାବା ମାଲିକଙ୍କୁ ଖଣ୍ଡା ଏବଂ ବନ୍ଧୁକ ଦ୍ୱାରା ଆକ୍ରମଣ କରିଥିଲେ ଏବଂ ବନ୍ଧୁକ ମୁନ ଦେଖାଇ 9,000 / – ଟଙ୍କା ଲୁଟି ନେଇଥିଲେ ରାଜା ଗ୍ୟାଙ୍ଗ । ରାଜା ଗ୍ୟାଙ୍ଗ ରୁ ଜଣକୁ ଗିରଫ କରିଛି ଚାନ୍ଦପୁର ପୋଲିସ ଏବଂ ଅନ୍ୟ ଦୁଇ ରାଜା ଏବଂ ସୁସିଆଙ୍କୁ ମଧ୍ୟ ଯଥା ଶୀଘ୍ର ଜେଲ ପହଞ୍ଚାଇବେ ବୋଲି ଅଣ୍ଟା ଭିଡ଼ିଛି ପୋଲିସ ପ୍ରଶାସନ

Exit mobile version