ଫାଲକନ ଗ୍ରୁପ ପକ୍ଷରୁ ବିଏମସିକୁ ଏକ ଆମ୍ବୁଲାନ୍ସ ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ (୦୧ ମେ , ଶନିବାର ) ଭୁବନେଶ୍ୱର :- କୋଭିଡ-୧୯ର ଦ୍ୱିତୀୟ ଲହରୀର ଆବିର୍ଭାବ ହୋଇଥିବାବେଳେ, ଏହି ମାରାତ୍ମକ ଭାଇରସ ବିରୋଧୀ ଲଢ଼େଇରେ ସହାୟତା କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଅଗ୍ରଣୀ ସଂସ୍ଥା ଫାଲକନ ଗ୍ରୁପ ପକ୍ଷରୁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି)କୁ ପାଖାପାଖି ୧.୨ କୋଟି ଟଙ୍କା ମୂଲ୍ୟର ଏକ ଉନ୍ନତ ଜୀବନ ରକ୍ଷାକରୀ ଆମ୍ବୁଲାନ୍ସ ଓ ଏକ ଇଲେକ୍ଟ୍ରିକ କ୍ରେମାଟୋରିୟମ ମେସିନ ପ୍ରଦାନ କରାଯାଇଛି । ଏହି ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସଟି ସମସ୍ତ ପ୍ରକାରର ଜରୁରୀକାଳିନ ଉପକରଣ ଜନିତ ସୁବିଧା ଯଥା ଷ୍ଟାଣ୍ଡାର୍ଡ ଅଟୋ ଲୋଡ଼ିଙ୍ଗ ଷ୍ଟ୍ରେଚର, ଆନାଲଗ ଟାଇପ ଅକ୍ସିଜେନ ଡେଲିଭରୀ ସିଷ୍ଟମ ସହିତ ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧାରେ ବ୍ୟବସ୍ଥିତ ରହିଛି ।

ଏହି ଅବସରରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ କାର୍ଯ୍ୟାଳୟଠାରେ ଏକ ଉଦ୍‌ଘାଟନୀ ସମାରୋହ ମଧ୍ୟ ଆୟୋଜନ କରାଯାଇଛି । ଏହି ସମାରୋହରେ ଫାଲକନ ମାରାଇନ ଏକ୍ସପୋର୍ଟ ଲିମିଟେଡର ନିର୍ଦ୍ଦେଶକ ଶ୍ରୀ ପାର୍ଥଜିତ ପଟ୍ଟନାୟକ ଏବଂ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ କମିଶନର ଶ୍ରୀ ପ୍ରେମଚାନ୍ଦ ଚୌଧୁରୀ ଭୁବନେଶ୍ୱରର ଗୁରୁତର କରୋନା ରୋଗୀଙ୍କୁ ସାହାଯ୍ୟ ଉଦ୍ଦେଶ୍ୟରେ ଏହି ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସର ଉଦ୍‌ଘାଟନୀ କରିଛନ୍ତି । ଏହି ଅବସରରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଡେପୁଟି କମିଶନର ସୁଭେନ୍ଦୁ କୁମାର ସାହୁ ଏବଂ ଡେପୁଟି କମିଶନର, ରାଜସ୍ୱ ଶ୍ରୀଯୁକ୍ତ ଶ୍ରୀମନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଫାଲକନ ମାରାଇନ ଏକ୍ସପୋର୍ଟ ଲିମିଟେଡ ନିର୍ଦ୍ଦେଶକ ଶ୍ରୀ ପାର୍ଥଜିତ ପଟ୍ଟନାୟକ କହିଛନ୍ତି ଯେ, “ଏଭଳି କଠିନ ସମୟରେ କରୋନା ରୋଗୀଙ୍କ ସ୍ଥାନାନ୍ତର ପ୍ରକ୍ରିୟାର ଉପଯୁକ୍ତ ପରିଚାଳନା ପାଇଁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) କୁ ଏକ ଉନ୍ନତ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଯୋଗାଇଦେଇ ଆମେ ବେଶ ଆନନ୍ଦିତ । ଏହି ଆମ୍ବୁଲାନ୍ସରେ ସମସ୍ତ ଜରୁରୀ ଜୀବନ ରକ୍ଷାକାରୀ ଉପକରଣ ରହିଛି ଯାହାକି ନିର୍ଦ୍ଧିଷ୍ଟଭାବେ ସହରରେ ସ୍ୱାସ୍ଥ୍ୟସେବାକୁ ଆହୁରି ମଜବୁତ କରିବ । ଆମେ ଓଡ଼ିଶା ଏବଂ ଓଡ଼ିଶା ବାସୀଙ୍କ ବିକାଶ ଦିଗରେ ପ୍ରତିବଦ୍ଧ । ସର୍ବସାଧାରଣଙ୍କୁ କରୋନା ସମ୍ପର୍କିତ ସମସ୍ତ ନିୟମ ମାନି ଚଳିବାକୁ ଅନୁରୋଧ ।”

Exit mobile version