ମାହାଙ୍ଗା, କଟକ ( ଓଡିଶା ତାଜା ନ୍ୟୁଜ୍ ) ମାହାଙ୍ଗା 29/02/20:-କଟକ ଜିଲ୍ଲା ମାହାଙ୍ଗା ପଂଚାୟତ ସମିତି ଅଧୀନ ଉମର ଗ୍ରାମ ପଂଚାୟତକୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱଚ୍ଛତା ଓ ଗାଁ କଲ୍ୟାଣ ସମିତି ର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ଚଳିତ ବର୍ଷ ସୁସ୍ଥ ପଂଚାୟତ ପୁରସ୍କାର ପ୍ରଦାନ କରାଯାଇଛି, ଏହି ଅବସରରେ କଟକ ସହିଦ ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଯୋଗ ଦେଇ ଉମର ପଂଚାୟତର ସରପଞ୍ଚ ନିରୁପମା ମହାପାତ୍ର, ସମିତି ସଭ୍ୟା ରତ୍ନପ୍ରଭା ମହାରଣା, ଅଙ୍ଗନବାଡି କର୍ମୀ ଉଷାରାଣୀ ସିଂହ, ପୁଷ୍ପଲତା ମହାପାତ୍ର, ସରସ୍ବତୀ ବାରିକ, ଆଶା କର୍ମୀ ସ୍ମିତାରାଣୀ ଦାସ, କୁସୁମଲତା ଜଟ, କବିତା ମହାପାତ୍ର, ୱାର୍ଡ ସଭ୍ୟ କୈଳାଶ ମହାନ୍ତି ସମେତ ଜନପ୍ରତିନିଧି ମାନେ ପଂଚାୟତ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କୁ ବଜାୟ ରଖିଥିବାରୁ ଉମର ପଞ୍ଚାୟତକୁ ସ୍ମୃତି ଫଳକ, ମାନପତ୍ର ଓ ୧0000 ଟଙ୍କାର ଚେକ ରାଶି ଦେଇ ସୁସ୍ଥ ପଂଚାୟତ ଭାବେ ପୁରସ୍କୃତ କରିଚନ୍ତି,ଏଥିରେ ମାହାଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରର ବିତ୍ତ ପରିଚାଳକ ସନ୍ତୋଷ ଶତପଥି, ଗୀତାଞ୍ଜଳି ଲେଙ୍କା ଓ ବହୁ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ, ସମଗ୍ର ମାହାଙ୍ଗା ବ୍ଲକ ମଧ୍ୟରୁ ଉମର ପଂଚାୟତ କୁ ଜିଲ୍ଲା ପ୍ରଶାସନ ପୁରସ୍କୃତ କରିଥିବାରୁ ଉମର ପୂର୍ବତନ ସରାପଞ୍ଚ ଚିତ୍ତରଞ୍ଜନ ମହାପାତ୍ର, ପ୍ରାକ୍ତନ ସମିତି ସଭ୍ୟ ତାପସ ପ୍ରଧାନ,ପୂର୍ବତନ ସରପଞ୍ଚ ଜଗନ୍ନାଥ ପ୍ରଧାନ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ମାନେ କଟକ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି, ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ,
ମାହାଙ୍ଗା ବ୍ଲକ ଉମର ପଂଚାୟତ ପାଇଲା ସୁସ୍ଥ ପଂଚାୟତ ପୁରସ୍କାର

- Categories: Uncategorized, ଓଡ଼ିଶା, ହୋମ୍
Related Content
ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା...
by
Proprietor Abhimanyu Maharana
September 7, 2026
ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026
ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬
by
Proprietor Abhimanyu Maharana
September 7, 2026
ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ
by
Proprietor Abhimanyu Maharana
September 7, 2026
ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା
by
Proprietor Abhimanyu Maharana
September 7, 2026
ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
by
Proprietor Abhimanyu Maharana
September 7, 2026