ବିଶିଷ୍ଟ ସମାଜସେବୀ ଡଃ ସାଧୁରାମ ଅଗ୍ରୱାଲଙ୍କ ପରଲୋକରେ ଶୋକର ଛାୟା

ଓଡ଼ିଶା ତାଜା ନ୍ୟୁଜ (୧ ମଇ ଶନିବାର ) କଳାହାଣ୍ଡି :- ବିଶିଷ୍ଟ ସମାଜସେବୀ ରୁପ୍ରାରୋଡ ନିବାସୀ ଡଃ ସାଧୁରାମ ଅଗ୍ରୱାଲଙ୍କ ଦେହାନ୍ତ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଜଣେ ପରୋପକାରୀ ତଥା ସମାଜସେବୀ ଭାବରେ ଜଣାଶୁଣା ଥିବା ଡଃ ସାଧୁରାମ ଅଗ୍ରୱାଲ ଅନେକ ଅନୁଷ୍ଠାନର ନିର୍ମାତା,ରୁପ୍ରାରୋଡ ହାଇସ୍କୁଲର ପ୍ରତିଷ୍ଠାତା ସଂପାଦକ, ମାର୍ଗଦର୍ଶକ ଭାବେ ପରିଚିତ ହୋଇ କୋଣ ଅନୁକୋଣରେ ସାଧୁବାବୁ ନାମରେ ଖ୍ୟାତ ଥିଲେ। ଏ ଅଞ୍ଚଳର ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନାଗମନ ଭଳି ସମସ୍ତ ମୌଳିକ କାର୍ଯ୍ୟର ପୁରୋଧା ରୂପେ କାର୍ଯ୍ୟ ତୁଲାଇଥିଲେ ।

ମାନବ ସେବାକୁ ନିଜର କର୍ତ୍ତବ୍ୟ ମନେକରି ନିକଟ ଅତୀତରେ ରୟାଲ ଆମେରିକା ୟୁନିଭରସିଟି ପକ୍ଷରୁ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇଥିଲେ। ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ଭାବରେ କାର୍ଯ୍ୟ କରିଥିବା ବେଳେ କିଛି ଦିନ ତଳେ ରୁପ୍ରାରୋଡ ହାଇସ୍କୁଲକୁ ପୋଷ୍ୟ ଗ୍ରହଣ କରିଥିଲେ। ଆଗାମୀ ଦିନରେ ରୁପ୍ରାରୋଡରେ +୨ ମହାବିଦ୍ୟାଳୟ,ଉଚ୍ଚ ମାନର ଡାକ୍ତରଖାନା ସହ ଅନେକ ଜନହିତକର କାର୍ଯ୍ୟ କରିବା ପାଇଁ ଆଗେଇ ଆସିବା ପୂର୍ବରୁ ଇହଧାମ ତ୍ୟାଗ କଲେ। ତାଙ୍କରି ମୃତ୍ୟୁରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ,ରାସବିହାରୀ ବେହେରା,

ବିରୋଧ ଦଳ ନେତା ପ୍ରଦୀପ୍ତ ନାଏକ, ନର୍ଲା ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ,ରିନା ଭୋଇ, ପୂର୍ବତନ ନର୍ଲା ବିଧାୟକ କୁମରମଣୀ ଶବର, ନର୍ଲା କଂଗ୍ରେସ କମିଟି ସଭାପତି ସମୀର ଚାନ୍ଦ, ସମାଜସେବୀ ମନୋଜ କୁମାର ପଟ୍ଟନାୟକ,ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା, ମାରୱାଡ଼ି ଯୁବା ମଞ୍ଚ , ନର୍ଲା ପ୍ରେସ ଏସୋସିଏସନର ସଦସ୍ୟଗଣ ଗଭିର ଶୋକ ପ୍ରକାଶ କରିଛନ୍ତି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version