ମୋହନା ବ୍ଲକର ନୂତନ ବିଡ଼ିଓ ଭାବେ ଲୋକନାଥ ଦଳବେହେରାଙ୍କ ଦାୟିତ୍ୱ ଗ୍ରହଣ

ଓଡ଼ିଶା ତାଜା ନ୍ୟୁଜ (୧ ମଇ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଏ ପି ଡି ପ୍ରଶାସନ (ଓ ଏ ଏସ, ବରିଷ୍ଠ) ଲୋକନାଥ ଦଳବେହେରା ଆଜି ଗଜପତି ଜିଲ୍ଲାପାଳ ଅନୁପମ ସାହା ଙ୍କ ନିର୍ଦ୍ଦେଶ କ୍ରମେ ମୋହନା ବି ଡି ଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହି ଜିଲ୍ଲାର ଅଧିବାସୀ ହୋଇଥିବାରୁ ତାଙ୍କରନିଯୁକ୍ତିକୁ ନେଇ ସ୍ଥାନୀୟ ଜନସାଧାରଣ ସନ୍ତୋଷ ବ୍ୟକ୍ତ କରିବା ସହ ମୋହନା ବ୍ଲକର ବିକାଶ ମୂଳକ କାର୍ଯ୍ୟ ନେଇ ଆଶାବ୍ୟକ୍ତ କରିଛନ୍ତି l

ସେ ଜଣେ ସଚୋଟ ପ୍ରଶାସନିକ ଅଧିକାରୀ ହୋଇଥିବାରୁ ମୋହନା ଭଳି ଏକ ଆଦିବାସୀ ଅଧ୍ୟୁଷିତ ବ୍ଲୋକର ସାମଗ୍ରିକ ବିକାଶ ନେଇ ଏ ଅଞ୍ଚଳର ଜନସାଧାରଣ ଗଭୀର ଆଶା ବିଶ୍ୱାସ ରଖିଛନ୍ତି ମୋହନା ବ୍ଲକରେ ନିୟମିତ ବିଡ଼ିଓ ନଥିବାରୁ ଜିଲାପାଳ ବାଧ୍ୟ ହୋଇ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିବା ଜଣାପଡିଛି l    ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version