ଭୋଜିଖାଇ ୨୫ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ସହ ଜଣେ ମହିଳା ମୃତ – ଓଡ଼ଗାଁ

ଓଡ଼ିଶା ତାଜା ନ୍ୟୁଜ୍ ( ୦୧ ମେ , ଶନିବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ ରବିଗାଡିଆ ଗ୍ରାମପଞ୍ଚାୟତ କୁରୁମବାଙ୍କତରା ଗାଁ ରେ ଗତକାଲି ରାତିରେ ଅଘଟଣ ଘଟିଛି । କୁରୁମବାଙ୍କତରା ଗ୍ରାମ ଆଡୁଆ ସାହିରେ ଭୋଜିଖାଇ ଜଣେ ମୃତ୍ୟୁବରଣ କରିଥିବାବେଳେ ୨୫ ରୁ ଉର୍ଦ୍ଧ୍ବ ଗୁରୁତର ହୋଇଛନ୍ତି ।

ମୃତକ ଜଣକ ରାଧା ବାରିକଙ୍କ ସ୍ତ୍ରୀ ମାଟିଆଣୀ ବାରିକ , ବୟସ ୫୫ ବର୍ଷ । ଆକ୍ରାନ୍ତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଚିକିତ୍ସା ଜାରି ରହିଛି । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version