କରୋନାରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟ

କରୋନା ରେ ମୃତ୍ୟୁ ବରଣ କରିଥିବା ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟ ଙ୍କୁ ଓଡ଼ିଶା ତାଜା ନ୍ୟୁଜ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ପ୍ରଭୁ ଜଗନ୍ନାଥ ତାଙ୍କ ଆତ୍ମା କୁ ସଦଗତି ପ୍ରଦାନ କରନ୍ତୁ । 

ଓଡ଼ିଶା ତାଜା ଖବର (୦୧ ମଇ ଶନିବାର ) ଭୁୁବନେଶ୍ୱର :- ମହାମାରୀ କରୋନା କବଳରେ ଜଣଙ୍କ ପରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ସାମ୍ବାଦିକ ଜଗତକୁ ସ୍ତବ୍ଧ କରିଛି । ଆଜ୍ ତକ୍ ର ରୋହିତ ସରଦାନା ଏବଂ ଟାଇମସ୍ ଅଫ୍ ଇଣ୍ଡିଆ(ଦିଲ୍ଲୀ)ର ନିଲାକ୍ଷୀ ଭଟ୍ଟାଚାର୍ଯ୍ୟଙ୍କ ମୃତ୍ୟୁ ଖବର ଆଜି ସକାଳୁ ସାମ୍ବାଦିକମହଲରେ ଶୋକର ଛାୟା ଖେଳାଇଥିବା ବେଳେ ସଂଧ୍ୟାରେ ଆଉ ଏକ ଦାରୁଣ ଖବର ଆସିଛି । ସମ୍ବାଦ, ସମ୍ବଲପୁର ସଂସ୍କରଣ ଦାୟିତ୍ୱରେ ଥିବା ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟ ଆଖି ବୁଜି ଦେଇଛନ୍ତି ।

କୋଭିଡ୍ ରେ ଆକ୍ରାନ୍ତ ହୋଇ ଗତ ୧୪ ତାରିଖରେ ଦେବେନ୍ଦ୍ର ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନ ଥିଲା । ଗତକାଲି ସେ ଭେଣ୍ଟିଲେଟରକୁ ଚାଲି ଯାଇଥିଲେ । ୩୦ ଅପ୍ରେଲ ଶୁକ୍ରବାର ସଂଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା । ଦେବେନ୍ଦ୍ର ଦୀର୍ଘ ବର୍ଷ ଧରି ସମ୍ବାଦରେ କାର୍ଯ୍ୟ କରୁଥିଲେ । ଜଣେ ଉଚ୍ଚକୋଟିର ସାମ୍ବାଦିକ ଭାବେ ତାଙ୍କର ସୁନାମ ଥିଲା । କରୋନାରେ ତାଙ୍କର ଅକାଳ ମୃତ୍ୟୁ ସାମ୍ବାଦିକ ମହଲକୁ ସ୍ତବ୍ଧ କରିଛି । ଦେବେନ୍ଦ୍ରଙ୍କର ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

Exit mobile version