ପରଲୋକରେ ନର୍ଲାର ଫୁଟବଲ ଖେଳାଳୀ ପ୍ରଜ୍ଞାନନ୍ଦ

ଓଡ଼ିଶା ତାଜା ନ୍ୟୁଜ (୧ ମଇ ଶନିବାର) କଳାହାଣ୍ଡି :- ନର୍ଲାର ଜଣେ ବିଶିଷ୍ଟ ଫୁଟବଲ ଖେଳାଳୀ ପ୍ରଜ୍ଞାନନ୍ଦ ନାୟକଙ୍କ ପରଲୋକ ହୋଇଛି। ପ୍ରଜ୍ଞାନନ୍ଦ ଜଣେ ଖେଳପ୍ରେମୀ,ମେଳାପୀ, ସାହାସୀ ଓ ସଙ୍ଗଠକ ଭାବରେ ଜଣାଶୁଣା ଥିଲେ। ଗତକାଲି ୪୨ ବର୍ଷ ବୟସରେ ତାଙ୍କର ଅକାଳ ମୃତ୍ୟୁ ଘଟିବାରୁ ସ୍ଥାନୀୟ ଅଂଚଳରେ ଦୁଃଖର କଳା ବାଦଳ ଖେଳିଯାଇଛି ।

ମୃତ୍ୟୁ ଖବର ପାଇ ନର୍ଲା ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି,ବ୍ଳକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୈ।ଡିଆ, ନର୍ଲା କଂଗ୍ରେସ କମିଟି ସଭାପତି ସମୀର ଚାନ୍ଦ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ଶିଳ୍ପପତି ବିମଳ କେଡିଆ, ସର୍ଗିଗୁଡା ପୂର୍ବତନ ସରପଂଚ ମହେଶ ଜୈନ,ଦୀପୁ ପାତ୍ର ସହ ନର୍ଲା ପ୍ରେସ ଏସୋସିଏସନର ସଦସ୍ୟଗଣ ଗଭିର ଶୋକ ପ୍ରକାଶ କରିଛନ୍ତି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version