ଭୁବନେଶ୍ୱର (ଓଡିଶା ତାଜା ନିଉଜ ) ଭୁବନେଶ୍ୱର 29/02/20:- ବିଭିନ୍ନତା ମଧ୍ୟରେ ଏକତା ହିଁ ଭାରତର ମୂଳମବ । ଏଥିପାଇଁ ଭାରତ ସମଗ୍ର ପୃଥିବୀରେ ଶ୍ରେଷ୍ଠ । ଏହାର ପରମ୍ପରା, ସଂସ୍କୃତି, ଚାଲିଚଳନରେ ସ୍ୱତବତା ରହିଛି ବୋଲି ଆନ୍ତଃ ରାଜ୍ୟ ଯୁବ ବିନିମୟ ଉଦ୍ଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ମତପ୍ରକାଶ କରିଛନ୍ତି । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମବଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର ସଂଗଠନ, ଓଡ଼ିଶା ଶାଖା ଦ୍ୱାରା ୧୫ ଦିନ ଧରି ପୋଖରୀପୁଟସ୍ଥିତ ଏନ୍ସିଏସସିଡ଼ିଏ ପରିସରରେ ଚାଲିଥିବା ଏହି ଯୁବ ବିନିମୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମହାରାଷ୍ଟ୍ର ଓ ଓଡ଼ିଶା ରାଜ୍ୟର ୧୦ଟି ଜିଲ୍ଲାର ଏକଶହରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ସରକାରଙ୍କ ଗୃହବିଭାଗ ମବୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, ନେହେରୁ ଯୁବକେନ୍ଦ୍ର ସଂଗଠନର ମଣ୍ଡଳ ନିର୍ଦ୍ଦେଶକ ଜୟ ପ୍ରକାଶ ଶର୍ମା, ଯୁବ ସଂଯୋଜକ ଆର.କେ. ସୋନୀ, ପ୍ରଦୀପ କୁମାର, ଅକ୍ଷୟ ନିପାଣୀ, ସୁଶ୍ରୀ ବସୁନ୍ଧରା ସାହୁ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶୁଭେନ୍ଦ୍ରନାଥ ସାହୁ, କୋଷାଧ୍ୟକ୍ଷ କୁଳମଣି ମଲ୍ଲିକ, ମନୋରଞ୍ଜନ ପାତ୍ର, ପୁଷ୍ପଲତା ବେହେରା, ସୌମ୍ୟରଞ୍ଜନ ମହାପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ଆନ୍ତଃରାଜ୍ୟ ଯୁବ ବିନିମୟ କାର୍ଯ୍ୟକ୍ରମ ଉଦ୍ଯାପିତ

- Categories: Uncategorized, ଓଡ଼ିଶା, ହୋମ୍
Related Content
Soulful Sarod of Virtuoso Pt. Tejendra Majumdar and Captivating Odissi by Smt
by
Proprietor Abhimanyu Maharana
September 7, 2026
ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା...
by
Proprietor Abhimanyu Maharana
September 7, 2026
ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026
ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬
by
Proprietor Abhimanyu Maharana
September 7, 2026
ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ
by
Proprietor Abhimanyu Maharana
September 7, 2026
ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା
by
Proprietor Abhimanyu Maharana
September 7, 2026