ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରୋନା ଭାଇରସକୁ ମାତ ଦେଇ ସୁସ୍ଥ ହୋଇଛନ୍ତି

ଓଡ଼ିଶା ତାଜା ଖବର (୩୦ ଅପ୍ରେଲ ଶୁକ୍ରବାର ) ନୂଆଦିଲ୍ଲୀ :-  ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରୋନା ଭାଇରସକୁ ମାତ ଦେଇ ସୁସ୍ଥ ହୋଇଛନ୍ତି । ଏପ୍ରିଲ ୨୯ ତାରିଖ, ଗୁରୁବାର ଦିନ ତାଙ୍କୁ ଏମ୍ସ ଟ୍ରମା କେୟାରରୁ ଡିସଚାର୍ଜ କରାଯାଇଛି । ମନମୋହନ ସିଂହ ୧୯ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଏମ୍ସ ଟ୍ରମା କେୟାରରେ ଭର୍ତ୍ତି କରାଯାଇଥିଲା । ମନମୋହନ ସିଂହଙ୍କୁ କୋଭାକ୍ସିନର ଦୁଇଟି ଡୋଜ ଦିଆଯାଇଛି । ମନମୋହନଙ୍କ ବୟସ ୮୮ ବର୍ଷ । ସେ ମଧୁମେହରେ ପୀଡିତ ।

ମନମୋହନ ସିଂହଙ୍କ ଦୁଇଟି ବାଇପାସ ସର୍ଜରୀ ମଧ୍ୟ ହୋଇସାରିଛି। ୧୯୯୦ ରେ ତାଙ୍କର ପ୍ରଥମ ସର୍ଜରୀ ହୋଇଥିଲା | ପ୍ରଥମ ସର୍ଜରୀ ୟୁକେରେ ହୋଇଥିଲା । ୨୦୦୪ ରେ ଏସ୍କର୍ଟ ହସ୍ପିଟାଲରେ ଏନଜିଓପ୍ଲାଷ୍ଟି ହୋଇଥିଲା। ୨୦୦୯ ରେ ଏମ୍ସରେ ତାଙ୍କର ଦ୍ୱିତୀୟ ପାଇପାସ ସର୍ଜରୀ ହୋଇଥିଲା ।

ଜ୍ୱର ପାଇଁ ଗତବର୍ଷ ମେ’ ମାସରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତବର୍ଷ ଏପ୍ରିଲ-ମେ’ ମାସରେ କରୋନା ଚରମ ସୀମାରେ ଥିଲା । କୋଭିଡ ସ୍ଥିତିର ମୁକାବିଲା ପାଇଁ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ୫ଟି ଉପାୟ ସମ୍ପର୍କରେ ପରାମର୍ଶ ଦେଇଥିଲେ । ମହାମାରୀ ମୁକାବିଲା ପାଇଁ ଟିକାକରଣ ଓ ଔଷଧ ଷ୍ଟକ ବଢାଇବାକୁ ପଡିବ ବୋଲି ସେ କହିଥିଲେ ।     (ଭଞ୍ଜ ବିହାରୀ ମହାନ୍ତି)

Exit mobile version