ମାଛମରା ଗ୍ରାମର ଜଣେ ଯୁବକ ନିଜ ଘରେ ଦୌଡ଼ି ଦେଇ ଆତ୍ମହତ୍ୟା

ଓଡ଼ିଶା ତାଜା ନ୍ୟୁଜ ୩୦ ଏପ୍ରିଲ ୨୦୨୧, ଶୁକ୍ରବାର )  ପାରଳାଖେମୁଣ୍ଡି  :- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ମାଛମାରା ଗ୍ରାମର ଜଣେ ଯୁବକ ବେକରେ ଦୈାଡି ଦେଇ ଆତ୍ମହତ୍ୟା । କରିଥିବା ଜଣାପଡିଛି l ମୃତକ ଜଣକ ହେଉଛନ୍ତି ସେହି ଗ୍ରାମର ୪୫ ବର୍ଷୀୟ ସଞ୍ଜୟ ଜେନା ବୋଲି ଜଣାପଡିଛି । ଘରର ଛାତ ଉପରେ ଏକ ସନସେଟର ହୁକରେ ଦୈାଡି ଦେଇ ଝୁଲି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।

ଆଜି ସକାଳୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଖବର ପାଇ ଗୁରାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି ପୋଲିସ । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି l     (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version