ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାରେ ଯୁବ ବିଜେଡି ପକ୍ଷରୁ କୋଭିଡ୍‌ ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଓଡ଼ିଶା ତାଜା ଖବର (୩୦ ଅପ୍ରେଲ ଶୁକ୍ରବାର ) ଭୁବନେଶ୍ୱର :- ବିଜୁ ଯୁବ ଜନତା ଦଳ ସାମାଜିକ ପ୍ରତିବଦ୍ଧତା ନିମନ୍ତେ ସଦାସର୍ବଦା ପ୍ରସ୍ତୁତ ।କରୋନା ମହାମାରୀରେ ଜନ ସାଧାରଣଙ୍କୁ କରୋନା ସମ୍ବଦ୍ଧୀୟ ସମସ୍ତ ପ୍ରକାରସେବା ପ୍ରଦାନ କରିବା ପାଇଁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାରେ ବିଜୁ ଯୁବଜନତା ଦଳ ପକ୍ଷରୁ କୋଭିଡ୍‌ ସହାୟତାକେନ୍ଦ୍ର ର ଶୁଭାରମ୍ଭ ହୋଇଯାଇଅଛି ।ଏହି ଅବସରରେ ବିଜେବି ନଗର ସ୍ଥିତ ସହାୟତା କେନ୍ଦ୍ରକୁ ଓଡିଶା ସରକାରଙ୍କ ସାମାଜିକ ଶସକ୍ତିକରଣ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିଲେ ।

ସେହିପରି ମାଷ୍ଟ୍‌ରକ୍ୟାଣ୍ଟିନ୍‌ ସ୍ଥିତ କୋଭିଡ୍‌ ସହାୟତା କେନ୍ଦ୍ରକୁଭୂବନେଶ୍ୱର ମଧ୍ୟ ମାନ୍ୟବର ବିଧାୟକଶ୍ରୀ ଅନନ୍ତ ନାରାୟଣଜେନା ଉଦ୍‌ଘାଟନ କରିଥିଲେ ।ଉଭୟ ଉଦ୍‌ଘାଟନି କାର୍ଯ୍ୟକ୍ରମରେ ବିଜୁଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବବ୍ୟାପାର) ତଥା ମାନ୍ୟବର ବିଧାୟକଶ୍ରୀ ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଭାପତିଡଃ. ବ୍ୟେମ କେଶରାୟ ସମ୍ମାନିତ ଅତିଥି ରୁପେ ଯୋଗ ଦେଇଥିଲେ । ଜନ ସାଧାରଣଙ୍କୁକୋଭିଡ୍ ସମ୍ବଦ୍ଧୀୟ ସମସ୍ତ ସହାୟତା ଯୋଗାଇଦେବା ପାଇଁ ଭୂବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ଯୁବ ସଭାପତି ସମରେଶ୍‌ ବେଉରା ଏବଂ ମାଷ୍ଟ୍‌ରକ୍ୟାଣ୍ଟିନ୍‌କୋଭିଡ୍‌ ସହାୟତା କେନ୍ଦ୍ର ପକ୍ଷରୁ ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପାର୍ଥସାରଥି ମୁଦୁଲି କୋଭିଡ୍‌ ସହାୟତା ନମ୍ବର ଜାରୀ କରିଛନ୍ତି ।

ଯୁବ ବିଜେଡିରଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସମ୍ପାଦକ ଡଃ. ସନ୍ତୋଷ ବେଜ୍‌, ଆଇ.ଟି ସଂଯୋଜକ ଶ୍ରୀସୁବ୍ରତ ଛାଟୋଇ, ଯୁବବିଜେଡି ର ବରିଷ୍ଠ ଉପସଭାପତି ଧୃତିରଂଜନ ମାର୍ଥା, ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଂଜନ ମିଶ୍ର, ତାରିଣୀ ପ୍ରସାଦ ନାୟକ, ରାଜ୍ୟ ସମ୍ପାଦକ ପ୍ରିନ୍ସରାକେସ ନାୟକ, ଭୁବନେଶ୍ୱର ଜିଲ୍ଲା ଯୁବ ବିଜେଡି ଉପସଭାପତି ରାଜେଶ୍ ପାତ୍ର, ମନୋରଂଜନ ଦାସ୍‌, ସାଧାରଣ ସମ୍ପାଦକ ବିଜୟ ଗୋଛାୟତ, ସୂଯ୍ୟକାନ୍ତ ଜେନା, ଗଣେସ୍ୱର ସାହୁ, ସମ୍ପାଦକ ଏସ୍‌କେ ଗୁଲଫାନ୍‌ ରାଜେସ୍‌ ରାୟ ଏବଂ ଆଇ.ଟି ସଂଯୋଜକ ରୋହିତ୍ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version