ମେ’ ୧ରୁ ନନ୍ଦନକାନନ ବନ୍ଦ

ଓଡ଼ିଶା ତାଜା ଖବର (୩୦ ଅପ୍ରେଲ ଶୁକ୍ରବାର ) ଭୁବନେଶ୍ୱର :-  ବନ୍ଦ ହେବ ନନ୍ଦନକାନନ । ମେ ପହିଲାରୁ ଦର୍ଶକଙ୍କ ପାଇଁ ନନ୍ଦନକାନନ,ସଫାରୀ ବନ୍ଦ ରହିବ। ଏହାସହ ବଟାନିକାଲ ମଧ୍ୟ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ୨୦୨୦ରେ ଲାଗୁ ହୋଇଥିବା ଲକଡାଉନ୍ ପରେ ଗତ ଅକ୍ଟୋବର ୪ ତାରିଖରେ ଖୋଲିଥିଲା ନନ୍ଦନକାନନ ।

ଏହାର ବଟାନିକାଲ ଗାର୍ଡେନ ମଧ୍ୟ ଖୋଲିଥିଲା ।  କିନ୍ତୁ ଏବେ ରାଜ୍ୟରେ କରୋନା ସଂକ୍ରମଣ ଅଧିକ ରହିଛି ।  ବାଇରସର ନୁଆ ମ୍ୟୁଟାଣ୍ଟ ଅଧିକ ଘାତକ ହୋଇଥିବାରୁ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଡିଚାଲିଛି । ୨୪ ଘଣ୍ଟାରେ ୮୦୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।  ଏହାସହ ୧୪ ଜଣ ପ୍ରାଣ ହରାଇଛନ୍ତି  । 

ଏପରିକି ସଂକ୍ରମଣ ରୋକିବାକୁ ଅନେକ ଐତିହ୍ୟସ୍ଥଳୀକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ତେବେ ମେ ୧ରୁ ନନ୍ଦନକାନନକୁ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି  । ଏହାସହ ବଟାନିକାଲ ଗାର୍ଡେନ ମଧ୍ୟ ଖୋଲିବ ନାହିଁ ।  ମେ ୧୫ ଯାଏଁ ଦର୍ଶକଙ୍କ ପାଇଁ ଏହି ପ୍ରାଣୀଉଦ୍ୟାନକୁ ବନ୍ଦ ରଖାଯିବ ।  (ଲାଲା ଅନନ୍ତ କୁମାର ସିଂହ )

Exit mobile version