ଭୁବନେଶ୍ୱର ଆଇଡି ମାର୍କେଟ ସିଲ୍‌, କୋଭିଡ଼ ନିୟମ ଉଲ୍ଲଂଘନ ପାଇଁ ବନ୍ଦ କଲା BMC 

ଓଡ଼ିଶା ତାଜା ଖବର (୩୦ ଅପ୍ରେଲ ଶୁକ୍ରବାର ) ଭୁବନେଶ୍ୱର :- ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଂଘନ । ସିଲ୍‌ ହେଲା ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଆଇଡି ମାର୍କେଟ । କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ କରିଛି ବିଏମ୍‌ସି । ଆଗାମୀ ୩ଦିନ ଯାଏଁ ମାର୍କେଟ ଖୋଲିବା ଉପରେ କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ଖବର ଅନୁଯାୟୀ, ଭୁବନେଶ୍ୱରର ନୟାପଲ୍ଲୀରେ ଥିବା ଇନ୍ଦ୍ରଧନୁ ମାର୍କେଟକୁ ସିଲ୍‌ କରିଛି ବିଏମ୍‌ସି । ଆଇଡି ମାର୍କେଟ ପ୍ରତିଦିନ ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । 

ଯାହାଫଳରେ କି କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କଠୋଇ ହୋଇଛି ବିଏମ୍‌ସି । ଆଇଡି ମାର୍କେଟକୁ ୨୪ଘଣ୍ଟା ପାଇଁ ସିଲ୍‌ କରିଛି ବିଏମ୍‌ସି । ତେବେ ଦେଖିବାକୁ ଗଲେ ଆଗାମୀ ୨୪ ଘଣ୍ଟା ପରେ ବି ଇନ୍ଦ୍ରଧନୁ ମାର୍କେଟ ଖୋଲିପାରିବ ନାହିଁ । କାହିକିଁ ଓଡିଶାରେ ୨ଦିନିଆ ସଟ୍‌ଡାଉନ୍‌ ଜାରି କରାଯାଇଛି । ଯାହାକି ଆସନ୍ତା ଶନିବାର ଓ ରବିବାର ହେଉଛି । ତେଣୁ ଆଗାମୀ ୨୪ ଘଣ୍ଟା ପରେ ବି ଇନ୍ଦ୍ରଧନୁ ମାର୍କେଟ ଆସନ୍ତା ଶନିବାର ଓ ରବିବାର ବନ୍ଦ ରହିବ । ଆଜିଠୁ ମୋଟ ୩ଦିନ ଯାଏଁ ବନ୍ଦ ରହିବ ଇନ୍ଦ୍ରଧନୁ ମାର୍କେଟ ।

ସେହିପରି ବିଏମ୍‌ସି ଅଧିକାରୀଙ୍କ ମୁତାବିକ , ବାରମ୍ବାର ତାଗିଦ ସତ୍ତ୍ୱେ ବି ଆଇଡି ମାର୍କେଟ କୌଣସି ବି ବ୍ୟକ୍ତି ସାମାଜିକ ଦୂରତା ମାନୁନଥିଲେ କି ମୁହଁରେ ମାସ୍କ ପିନ୍ଧୁନଥିଲେ । ଏକ ସପ୍ତାହ ଧରି ବିଏମ୍‌ସି ପକ୍ଷରୁ ଲଗାତର ଭାବରେ ଡାକବାଜି ଯନ୍ତ୍ର ଜରିଆରେ ସଚେତନ କରିଥିଲେ ବିଏମ୍‌ସି । କିନ୍ତୁ ଅମାନିଆ ସବୁବେଳେ ଅମାନିଆ । ଶେଷେରେ ବାଧ୍ୟ ହୋଇ ବିଏମ୍‌ସି ପକ୍ଷରୁ ଆଇଡି ମାର୍କେଟକୁ ୨୪ ଘଣ୍ଟା ପାଇଁ ସିଲ୍‌ କରାଯାଇଛି (ଲାଲା ଅନନ୍ତ କୁମାର ସିଂ )

Exit mobile version