ଗୋଡିମଡା ଗ୍ରାମରେ କରୋନା ଆକ୍ରାନ୍ତିତ ଦମ୍ପତିଙ୍କ ଦଉଡି ଦେଇ ଆତ୍ମହତ୍ୟା

 ଓଡ଼ିଶା ତାଜା ଖବର (୩୦ ଅପ୍ରେଲ ଶୁକ୍ରବାର ) ରଣପୁର/ ରିପୋର୍ଟ ଅଭିମନ୍ୟୁ  :- କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଦମ୍ପତିଙ୍କ ଆତ୍ମହତ୍ୟା , ଏହି ଘଟଣା ଘଟିଛି ରଣପୁର ଥାନା ଦର୍ପନାରାୟଣ ପୁର ଫାଣ୍ଡି ଗୋଡିମଡା ଗ୍ରାମରେ l ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ଘଟିଛି ଏହି ଅଭାଵନୀୟ ଘଟଣା l ଦଉଡି ଦେଇ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି l ଗୋଡିମଡା ଗ୍ରାମର ଦମ୍ପତି ଭୀକାରୀ ପାତ୍ର ଓ ଜ୍ୟୋସ୍ନା ପାତ୍ର କିଛି ଦିନ ହେଲା ଥଣ୍ଡା ଜ୍ୱରରେ ପୀଡୀତ ଥିଲେ l

ଏହା ପରେ ଗତ ୨୭ ତାରିଖରେ ପାତ୍ର ଦମ୍ପତି ଶରଣକୁଳ ମେଡିକାଲରେ କୋରୋନା ଟେଷ୍ଟ କରିବାରୁ ସେମାନଙ୍କର ରିପୋର୍ଟ କୋରୋନା ପଜିଟିଭ୍ ବାହାରିଥିଲା l ମୃତ ଦମ୍ପତି ଦ୍ୱୟ ହେଲେ ଭୀକାରୀ ପାତ୍ର ( ୫୫ ବର୍ଷ) ଓ ଜ୍ୟୋସ୍ନା ପାତ୍ର (୫୦ ବର୍ଷ) ଉଭୟେ କୋରୋନା ପଜିଟିଭ୍ ଥିବାରୁ ଦୁଃଖରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି l ଦମ୍ପତି ଦ୍ୱୟଙ୍କର ସ୍ୱାସ୍ଥ୍ୟାବସ୍ଥା ବିଶେଷ ଗୁରୁତର ନଥିବାରୁ ଡାକ୍ତର ତାଙ୍କୁ ନିଜ ଘରେ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ l

ଉଭୟ ସଂଙ୍ଗରୋଧରେ ରହିଥିବା ବେଳେ ରଣପୁର ମେଡିକାଲ ପକ୍ଷରୁ ସେମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀଙ୍କ ଜରିଆରେ ଯୋଗାଇ ଦିଆଯାଉଥିଲା ଔଷଧ, ହେଲେ ଦମ୍ପତି ଦ୍ୱୟ ଦୁଃଖରେ ମ୍ରିୟମାଣ ହୋଇ ବାଛିଥିଲେ ଆତ୍ମହତ୍ୟାର ଚରମ ପନ୍ଥା l ଗତ କାଲି ରାତିରେ ନିଜ ଘରେ ସେମାନେ ଆତ୍ମହତ୍ୟା କରିଥିଲେ l ଖବର ପାଇ ସ୍ଥାନୀୟ ପୋଲିସ୍ ଘଟଣା ସ୍ଥଳରେ ପହଂଚି ରାତି ସାରା ଶବକୁ ଜଗି ରହିଥିଲା l ରଣପୁର ମେଡିକାଲରୁ ଆମ୍ବୁଲାନ୍ସ ପହଂଚି ଦୁଇଟି ଯାକ ଶବ କୁ ପି.ପି. ଇ. କୀଟରେ ରଖି ନୟାଗଡ କୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଦେଇଥିବା ଜଣା ପଡିଛି

Exit mobile version