ଆନ୍ତଃରାଜ୍ୟ ବିଦ୍ୟୁତ ସଂଚାରଣ (ଔଦ୍ୟୋଗ) ଶୁଳ୍କ ହ୍ରାସ କରିବାକୁ କେନ୍ଦ୍ର ନିକଟରେ ଶକ୍ତିମନ୍ତ୍ରୀଙ୍କ ଦାବି

ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ଏପ୍ରିଲ , ଗୁରୁବାର ) ଭୁବନେଶ୍ୱର :- କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକରୁ ବିଦ୍ୟୁତ ସଂଚାରନ ପାଇଁ ଲାଗୁ କରାଯାଇଥିବା ପରିବହନ ଶୁଳ୍କ ହ୍ରାସ କରିବାକୁ ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଦାବି ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧିନସ୍ଥ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକରୁ ପିଜିସିଆଇଏଲ୍‌ର ବିଦ୍ୟୁତ ସଂଚାରଣ  (CTU) ନେଟଓ୍ୱାର୍କ ମାଧ୍ୟମରେ ଉକ୍ତ ବିଦ୍ୟୁତ ସଂଚାରିତ ହୋଇଥାଏ । ଗତ ଏକ ଦଶନ୍ଧି ମଧ୍ୟରେ ଆକଳନ କରାଯାଇଛି ଯେ ୨୦୧୧-୧୨ ଆର୍ଥିକ ବର୍ଷରେ ଔଦ୍ୟୋଗ ଶୁଳ୍କ ୟୁନିଟ୍‌ ପିଛା ୨୪ ପଇସା ଥିବା ବେଳେ ୨୦୧୯-୨୦ ବେଳକୁ ତାହା ବୃଦ୍ଧି ପାଇ ପ୍ରାୟ ୧ ଟଙ୍କା ହୋଇଛି । ଏ ନେଇ ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର କେନ୍ଦ୍ର ଶକ୍ତି ମନ୍ତ୍ରୀ ଶ୍ରୀ ରାଜକୁମାର ସିଂହଙ୍କୁ ପତ୍ର ଲେଖି ପିଜିସିଆଇଏଲ୍‌ର ଏହି ବିଦୁ୍ୟତ ସଂଚାରଣ ଶୁଳ୍କର ପୁନଃବିଚାର ନିମନ୍ତେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।

ବିଦୁ୍ୟତର ସଂଚାରଣ ପରିମାଣ ଏବଂ ସଂଚାରଣ ବ୍ୟବସ୍ଥାର ପ୍ରକୃତ ବ୍ୟବହାର ଉପରେ ଶୁଳ୍କ ନିର୍ଦ୍ଧାରଣ କରାଯିବାର ଆଇନଗତ ବ୍ୟବସ୍ଥା ରହିଛି । ପିଜିସିଆଇଏଲର ବାର୍ଷିକ ରାଜସ୍ୱ ଆବ ଶ୍ୟକତା ୨୦୧୯-୨୦ ଆର୍ଥିକ ବର୍ଷରେ ବୃଦ୍ଧି ପାଇ ୩୯୦୦୦ କୋଟି ଟଙ୍କାରେ ପହଞ୍ଚିଛି ଯାହା ୨୦୧୧-୧୨ ଆର୍ଥିକ ବର୍ଷରେ ୯୦୦୦ କୋଟି ରହିଥିଲା । ଯାହାର ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ୨୧% ଅଟେ । ଅନ୍ତଃରାଜ୍ୟ ବିଦୁ୍ୟତ ସଂଚାରଣ ଦେୟ ଓଡ଼ିଶା ପାଇଁ ୨୦୧୧-୧୨ରେ ୧୭୯ କୋଟି ଟଙ୍କା ଥିବା ବେଳେ ୨୦୧୯-୨୦ ବେଳକୁ ତାହା ବୃଦ୍ଧି ପାଇ ୭୩୪ କୋଟି ଟଙ୍କାରେ ପହଞ୍ଚିଛି ।

ଏହି ଆଶାତୀତ ଦର ବୃଦ୍ଧି ସମସ୍ୟାର ସମାଧାନର ଉପାୟ ଉପରେ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରି ଅବ୍ୟବହୃତ ଭିତ୍ତିଭୂମିର ଖର୍ଚ୍ଚକୁ ଉପଭୋକ୍ତାଙ୍କ ଉପରେ ଲଦି ନଦେବାକୁ ଏବଂ ଏହାକୁ ଶକ୍ତି ବ୍ୟବସ୍ଥା ବିକାଶ ପାଣ୍ଠି ଭଳି ସରକାରୀ ପାଣ୍ଠିରୁ ଭରଣା କରିବାକୁ ପରାମର୍ଶ ଦେଇଛନ୍ତି। ସେ ମଧ୍ୟ ବିଦ୍ୟୁତ ଆକଫ ୨୦୦୩ ର ଧାରା ୧୦୭ ପ୍ରକାରେ କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗକୁ ଏ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରି ବିଦ୍ୟୁତ ପରିବହନ ଦେୟକୁ ଜାତୀୟ ବିଦ୍ୟୁତ ନିୟମ ୨୦୦୩ ଓ ଆଧାରରେ ସ୍ଥିର କରିବାକୁ ଅନୁରୋଧ କରିଛନ୍ତି । ଅନ୍ତଃରାଜ୍ୟ ସଂଚାରଣ ଶୁଳ୍କ କମ୍‌ କଲେ ବିଦ୍ୟୁତ ଦର ମଧ୍ୟ କମାଯା ଇ ପାରିବ ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଜଣାଇଛନ୍ତି ।

Exit mobile version