
ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ଏପ୍ରିଲ , ଗୁରୁବାର ) ରଣପୁର :- ରଣପୁର ରେ ଏବେ ପ୍ରତ୍ୟେକ ଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । କେତେକ ପଞ୍ଚାୟତ ଓ ଏନଏସି ଅଞ୍ଚଳ ରେ କୋଭିଡି ସଂକ୍ରମଣ ବୃଦ୍ଧି ହେଉଛି । ଯେତିକି କରୋନା ଚିହ୍ନଟ ହେଉଛି ,ବେଳକୁ ବେଳ ରଣପୁର ପୋଲିସ ପକ୍ଷରୁ କଡା କଡ଼ି ସେତିକି ଅଧିକା ହୋଇଛି । ଜିଲ୍ଲାପାଳ ମାନଙ୍କ ନିର୍ଦେଶ ଅନୁଯାୟୀ ସପ୍ତାହ ରେ ଶନିବାର ରବିବାର ସଟଡାଉନ ବଳବତ୍ତର ରହୁଥିବା ବେଳେ ଅନ୍ୟ ଦିନ ମାନଙ୍କରେ ରାତ୍ରି ୯ ଟା ପର ଠାରୁ ଦୋକାନ ବଜାର , ଯାନବାହନ ଚଳାଚଳ କୁ ବନ୍ଦ କରାଯାଉଛି ।
