ନର୍ଲା ଦକ୍ଷିଣ ବନଖଣ୍ଡ ମୁନୁସକୁନାଠାରେ ହାତୀ ଶାବକର ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ (୨୯ ଏପ୍ରିଲ ୨୦୨୧, ଗୁରୁବାର) କଳାହାଣ୍ଡି :- ନର୍ଲା ଦକ୍ଷିଣ ବନଖଣ୍ଡ ଅଧୀନ ଭଟାଙ୍ଗର ମୁନୁସକୁନାଠାରେ ଏକ ହାତୀ ଶାବକର ମୃତ୍ୟୁ ହୋଇଛି। ଖବର ପାଇ ନର୍ଲା ବନପାଳ ଭବାନୀ ଶଙ୍କର ନାଏକ, ନର୍ଲା ରେଞ୍ଜ ଅଧିକାରୀ ଗିରିଧାରୀ ନାଗ, ଜିଲ୍ଲା ବନାଧିକାରୀ, ନର୍ଲା ପ୍ରାଣୀ ଚିକିତ୍ସାଧିକାରୀ ସହ ସର୍ଗିଗୁଡା ସରପଞ୍ଚ ନରସିଂହ କୁମାର, ନର୍ଲା ସରପଞ୍ ଚିରଞ୍ଜିବୀ ଗୈ।ଡିଆ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମୃତ ହାତୀର ତର୍ଜମା କରିଥିଲେ ।

ହାତୀ ଶାବକର ମୃତ୍ୟୁ କିପରି ଓ କେଉଁ କାରଣରୁ ହୋଇଛି ତାହା ଜାଣିବା ପାଇଁ ମୃତ ହାତୀର ଶବ ବ୍ୟବଚ୍ଛେଦ କରାଯାଇ ଭୁବନେଶ୍ୱର ଓୟୁଏଟିକୁ ପରୀକ୍ଷଣ ପାଇଁ ପଠେଇ ଦିଆଯାଇଥିବା ବନ ବିଭାଗ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version