ପ୍ରଦୂଷଣ-ମୁକ୍ତ ଲଜିଷ୍ଟିକ୍‌ସ ସମାଧାନ ପାଇଁ ସ୍ୱିଚ୍‌ ମୋବିଲିଟି ଓ ଟିଭିଏସ୍ ସପ୍ଲାଏ ଚେନ୍ ସଲ୍ୟୁସନ୍ସ ମଧ୍ୟରେ ସହବନ୍ଧନ

ଓଡ଼ିଶା ତାଜା ନ୍ୟୁଜ (୨୮ ଅପ୍ରେଲ ବୁଧବାର )ଭୁବନେଶ୍ୱର :- ଇଲେକ୍‌ଟ୍ରିକ୍ ବସ୍ ଓ ଲଘୁ ବାଣିଜ୍ୟିକ ଯାନ ନିର୍ମାଣ କରୁଥିବା ବ୍ରିଟେନ୍‌ର ସଂସ୍ଥା ତଥା ଅଶୋକ ଲେଲ୍ୟାଣ୍ଡ୍‌ର ସହଯୋଗୀ ସଂସ୍ଥା ସ୍ୱିଚ୍ ମୋବିଲିଟି ଓ ଟିଭିଏସ୍ ସପ୍ଲାଏ ଚେନ୍ ସଲ୍ୟୁସନ୍ସ (ଟିଭିଏସ୍ ଏସ୍‌ସିଏସ୍‌) ଏକ ନିରନ୍ତର ଲଜିଷ୍ଟିକ୍‌ସ ନେଟ୍‌ୱର୍କ ସ୍ଥାପନ କରିବା ଲାଗି ପରସ୍ପର ସହ ହାତ ମିଳାଇଛନ୍ତି । ଏହି ବ୍ୟବସ୍ଥାରେ ସ୍ୱିଚ୍ ତରଫରୁ ପ୍ରଦାନ କରାଯିବାକୁ ଥିବା ୧୦୦୦ ଇଲେକ୍‌ଟ୍ରିକ୍ ଲଘୁ ବାଣିଜ୍ୟିକ ଯାନଗୁଡ଼ିକୁ ଟିଭିଏସ୍ ଏସ୍‌ସିଏସ୍ ସେମାନଙ୍କର ସହଯୋଗୀମାନଙ୍କ ସହାୟତାରେ ଲଜିଷ୍ଟିକ୍ସ ନିମନ୍ତେ ପରିଚାଳନା କରିବ । ଟିଭିଏସ୍ ଏସ୍‌ସିଏସ୍ ଏହାର ସମ୍ପୂର୍ଣ୍ଣ ସମନ୍ୱିତ ଲଜିଷ୍ଟିକ୍ସ ସେବା ପାଇଁ ସମଗ୍ର ବିଶ୍ୱରେ ଦୀର୍ଘ ଦୁଇ ଦଶନ୍ଧୀରୁ ଅଧିକ ସମୟ ଧରି ପରିଚିତ ରହିଛି । ଏହି ଅବସରରେ ଶ୍ରୀଯୁକ୍ତ ଧୀରଜ ହିନ୍ଦୁଜା, ଅଧ୍ୟକ୍ଷ, ସ୍ୱିଚ୍ ମୋବିଲିଟି କହିଛନ୍ତି ଯେ, “ଟିଭିଏସ୍ ଏସ୍‌ସିଏସ୍ ସର୍ବଦା ସେମାନଙ୍କ ଅଭିଯାନ ଏବଂ ଉତ୍ପାଦ ଓ ସମାଧାନର ପସନ୍ଦକୁ ନେଇ ଆଗକୁ ଦେଖନ୍ତି । ପ୍ରଦୂଷଣ ମୁକ୍ତ ପରିବହନ ସମାଧାନ ପ୍ରଦାନ କରିବା ଲାଗି ସ୍ୱିଚ୍‌ ମୋବିଲିଟିକୁ ସେମାନେ ସୁଯୋଗ ପ୍ରଦାନ କରିଥିବାରୁ ଆମେ ବହୁତ ଖୁସି ଯାହା ପ୍ରଭାବୀ, ବ୍ୟୟ ମିତବ୍ୟୟୀ ଏବଂ ଭରସାଯୋଗ୍ୟ । ଭାରତ ଓ ବିଦେଶରେ ନିରନ୍ତର ମୋବିଲିଟିର ଦ୍ରୁତ ଗ୍ରହଣୀୟତାରେ ସ୍ୱିଚ୍ ମୋବିଲିଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।’’ ଶ୍ରୀଯୁକ୍ତ ନିତୀନ ସେଠ୍‌, ନିର୍ଦ୍ଦେଶକ, ସ୍ୱିଚ୍ ମୋବିଲିଟି କହିଛନ୍ତି ଯେ, “ଏଭଳି ସହଯୋଗିତା ହେଉଛି ଆମ ସହଯୋଗୀମାନେ ଆମ ଉପରେ ପ୍ରଦର୍ଶନ କରିଥିବା ଭରସାର ନିଦର୍ଶନ । ଆମେ ଆମର ଯାତ୍ରା ଏବେ ଆରମ୍ଭ କରିଥିବା ବେଳେ ଆମର ଉତ୍ପାଦ ଓ ପ୍ରଯୁକ୍ତି ପାଇଁ ଆମେ ଜବରଦସ୍ତ ସମର୍ଥନ ଦେଖୁଛୁ ।

ସ୍ୱିଚ୍ ପକ୍ଷରୁ ଗ୍ରାହକମାନେ ସଠିକ୍‌ ଉତ୍ପାଦ ପାଇଁ ଚାହିଁ ରହିଥିବା କ୍ଷେତ୍ରରେ ଶକ୍ତି ମିତବ୍ୟୟୀ ଓ ପ୍ରଦୂଷଣ ମୁକ୍ତ ସମାଧାନ ପ୍ରଦାନ କରୁଛି । ଆମେ ଗର୍ବିତ ଯେ ଆମେ ପରିବର୍ତନରେ ଅଗ୍ରଦୂତ ସାଜିଛୁ ଏବଂ ଏକ ନିରନ୍ତର ଏବଂ ଅଙ୍ଗାରକାମ୍ଳ ମୁକ୍ତ ଇଲେକ୍ଟ୍ରିକ୍ ଗମନାଗମନ ଆଡ଼କୁ ଦ୍ରୁତ ଗତିରେ ଗତି କରୁଛୁ ।” ଶ୍ରୀଯୁକ୍ତ ଆର୍ ଦୀନେଶ, ପରିଚାଳନା ନିର୍ଦ୍ଦେଶକ, ଟିଭିଏସ୍ ସପ୍ଲାଏ ଚେନ୍‌ ସଲ୍ୟୁସନ୍ସ କହିଛନ୍ତି ଯେ, “ସ୍ୱିଚ୍ ମୋବିଲିଟି ସହ ସହଯୋଗିତା ସ୍ଥାପନ କରି ଆମେ ଗର୍ବିତ ଯେଉଁମାନେ ପରିବହନ କ୍ଷେତ୍ର ଲାଗି ଭବିଷ୍ୟତ ପାଇଁ ପ୍ରଯୁକ୍ତି ଆଣିବାରେ ଅଗ୍ରଦୂତ ସାଜିଛନ୍ତି । ଉଦୀୟମମାନ ପ୍ରଯୁକ୍ତିକୁ ସର୍ବଦା ଟିଭିଏସ୍ ଏସ୍‌ସିଏସ୍‌ ଆଗୁଆ ଗ୍ରହଣ କରିଥାଏ ଏବଂ ସ୍ୱାଭାବିକ ଭାବେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ ଆମେ ଅଗ୍ରଣୀ ରହିଛୁ । ଶେଷ ଦୂରତା ପର୍ଯ୍ୟନ୍ତ ପ୍ରଯୁକ୍ତି ଭିତ୍ତିକ ସମାଧାନ ଯୋଗାଇବା ଲାଗି ଆମେ ଏବେ ଆମର ସହଯୋଗୀଙ୍କ ଜରିଆରେ ନୂଆ ଚବଶର ୨ କ୍ଟଲ ୩ ଇଲେକ୍ଟ୍ରିକ୍ ଯାନ ଫ୍ଲିଟ୍ ଯୋଗ କରିଛୁ । ଆମ ଫ୍ଲିଟ୍‌ରେ ଏହି ଇଏଲ୍‌ସିଭିଗୁଡ଼ିକୁ ପ୍ରଥମେ ଯୋଡ଼ି ଥିବାରୁ ଆମେ ଖୁସି ।’’ ଶ୍ରୀଯୁକ୍ତ ରବି ବିଶ୍ୱନାଥନ, ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ, ଟିଭିଏସ୍‌ ସପ୍ଲାଏଚେନ୍ ସଲ୍ୟୁସନ୍ସ କହିଛନ୍ତି ଯେ, “ ନୂତନ ଅଭିଯାନ ଗ୍ରହଣ କରିବା ଓ ଅଂଶୀଦାରଙ୍କ ପାଇଁ ମୂଲ୍ୟ ଯୋଗ କରିବା କ୍ଷେତ୍ରରେ ଟିଭିଏସ୍ ଏସ୍‌ସିଏସ୍ ସର୍ବଦା ଅଗ୍ରଣୀ ରହିଛି । ଇ ଏଲ୍‌ସିଭି ପାଇଁ ସ୍ୱିଚ୍ ସହିତ ସହଯୋଗିତା ଆମ ଡ୍ରାଇଭର- ତଥା-ମାଲିକମାନଙ୍କୁ ଉଲ୍ଲସିତ କରିବ ଯେଉଁମାନେ ହେଉଛନ୍ତି ଆମର ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିଥିବା ପରିବହନ ସମାଧାନର ଏକ ଅଂଶ । ଏହି ସହଯୋଗିତା ଜରିଆରେ ଟିଭିଏସ୍ ଏସ୍‌ସିଏସ୍ ପରିବେଶ ପ୍ରତି ବଡ଼ ଧରଣର ଯୋଗଦାନ ପ୍ରଦାନ କରିବ ଓ ସେହି ସମୟରେ ଅଙ୍ଗାରକାମ୍ଳ ନିର୍ଗମନ କମ୍ କରି ଗ୍ରାହକମାନଙ୍କୁ ଅତି ଉଚ୍ଚ ପ୍ରଭାବଶାଳୀ ଓ ଭରସାଯୋଗ୍ୟ ସମର୍ଥନ ପ୍ରଦାନ କରିବ ।’’

Exit mobile version