ମହାରାଷ୍ଟ୍ରର ରାଜ ହେଲା ହିଞ୍ଜିଳିରେ ଦଣ୍ଡାସି ଦାସ ମିଥ୍ୟା ପ୍ରତିଶୃତି ଦେଇ ବିବାହ, ଥାନାରେ ଅଭିଯୋଗ

ଓଡ଼ିଶା ତାଜା ନ୍ୟୁଜ (୨୮ ଅପ୍ରେଲ ବୁଧବାର )ହିଞ୍ଜିଳିକାଟୁ :-  ମହାରାଷ୍ଟ୍ରର ଜଣେ ଝିଅକୁ ମିଥ୍ୟା ପ୍ରତିଶୃତି ଦେଇ ବିବାହ କରିଥିବା ନେଇ ବୁଧବାର ଥାନାରେ ଅଭିଯୋଗ ହୋଇଛି। ହିଞ୍ଜିଳି ଥାନା ବଳରାମପୁର ଗ୍ରାମର ଦଣ୍ଡାସୀ ଦାସ ନିଜର ନାମକୁ ରାଜ ବୋଲି ପରିଚୟ ଦେଇ ମହାରାଷ୍ଟ୍ରର ଥାନେସିଟି ଜିଲ୍ଳା ଶାନ୍ତି ନଗର ଥାନା ସାନଭାଣ୍ଡେ ଅଂଚଳର ବନ୍ଦନା କାଲୁରାମ ପୋକଲା ଙ୍କୁ ଗତବର୍ଷ ନଭେମ୍ବର ମାସରେ ବିବାହ କରିଥିଲା । ତେବେ ରାଜଙ୍କ ନିଜ ଗ୍ରାମରେ ଅନ୍ୟ ଜଣଙ୍କ ସହ ବିବାହ ହେବାକୁ ପ୍ରସ୍ତାବ ଥିବା ବନ୍ଦନା ଜାଣିଥିଲେ। ଫଳରେ ଉଭୟ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ବିବାହ ପରେ ରାଜ ଓରଫ ଦଣ୍ଡାସି ଗତ ଶିବରାତ୍ରି ରେ ଏଠାକୁ ମିଥ୍ୟା ପ୍ରତିଶୃତି ଦେଇ ଫେରିଥିଲେ ।

ତେବେ ବନ୍ଦନା ମୁମ୍ବାଇରୁ ଓଡ଼ିଶା ଆସି ରାଜ ଓରଫ ଦଣ୍ଡାସି ଙ୍କ ଅସଲ ଚରିତ୍ର ଜାଣିବା ସହ ସେ ରାଜାଙ୍କ ଅସଲି ହିଞ୍ଜିଳି ଥାନା ବଳରାମପୁର ଗ୍ରାମର ଦଣ୍ଡାସି ଦାସ ବୋଲି ଜାଣିଥିଲେ । ଗତ ୨୫ତାରିଖ ରାତିରେ ଟ୍ରେନରେ ବନ୍ଦନା ବ୍ରହ୍ମପୁର ଷ୍ଟେସନରେ ପହଂଚିବା ପରେ ସେଠାକୁ ରାଜ ଓରଫ ଦଣ୍ଡାସି ଆଣିବାକୁ ଯାଇ ଏକ ନିଛାଟିଆ ସ୍ଥାନରେ ଚୁନୁରିରେ ବେକକୁ ଚିପି ମାରିବାକୁ ଚେଷ୍ଟା କରିଥିବା ଓ କୌଶଳ କ୍ରମେ ସେ ଖସିଯାଇଥିବା ନେଇ ବନ୍ଦନା ଥାନାରେ ଅଭିଯୋଗ କରିଛନ୍ତି । ବନ୍ଦନାଙ୍କ ମୋବାଇଲ, ଆଧାର କାର୍ଡ ଓ ଅନ୍ୟାନ୍ୟ ଜିନିଷ ରାଜ ଓରଫ ଦଣ୍ଡାସି ନେଇ ଯାଇଥିବା ଥାନାରେ ଅଭିଯୋଗ ପରେ ନଂ ୨୦୦/୨୧ରେ ମାମଲା ରୁଜୁ ହୋଇଛି । ମୁମ୍ବାଇର ରାଜ ଓରଫ ହଞ୍ଜିଳିର ଦଣ୍ଡାସିଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି।

Exit mobile version