ସ୍ୱାମୀଙ୍କ ୨ୟ ବିବାହ ନେଇ ପତ୍ନୀଙ୍କ ଅଭିଯୋଗ

ଓଡ଼ିଶା ତାଜା ନ୍ୟୁଜ (୨୮ ଅପ୍ରେଲ ବୁଧବାର )ହିଞ୍ଜିଳିକାଟୁ :- ହିଂଜିଳି ଥାନା ଗୋଦରାପଲ୍ଲୀ ଗ୍ରାମର ପି ଅନୀତା ମଙ୍ଗଳବାର ଯୌତୁକ ନିର୍ଯ୍ୟାତନା ଓ ସ୍ୱାମୀ ୨ୟ ବିବାହ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ହିଞ୍ଜିଳି ଥାନା ଗୋଦରାପଲୀ ଗ୍ରାମ ର ପି ଅନୀତାଙ୍କ ଉକ୍ତ ଗ୍ରାମର ପି ସନ୍ତୋଷ ଙ୍କ ସହ ୨୦୧୫ରେ ହୋଇଥିଲା । ବିବାହ ସମୟରେ ଅନୀତା ଙ୍କ ପିତାଙ୍କ ପକ୍ଷରୁ ଜ୍ୱାଇଁ ଓ ଝିଅଙ୍କୁ ସୁନା ଅଳଙ୍କାର ସହ ନଗଦ ଟଙ୍କା ଯୌତୁକ ପ୍ରଦାନ କରିଥିଲେ । ଅଧିକ ୨ଲକ୍ଷ ଟଙ୍କା ଦାବି କରି ସ୍ୱାମୀ ସନ୍ତୋଷ ଓ ଶଶୁର ଘର ପକ୍ଷରୁ ଅନୀତାଙ୍କୁ ନିର୍ଯ୍ୟାତନା ପ୍ରଦାନ କରି ଘରୁ ତଡ଼ି ଦେଲେ । ଗତ ଜାନୁଆରୀ ମାସରେ ଅନୀତା ଏଥିନେଇ ଭଦ୍ରଲୋକଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସମାଧାନ ବୈଠକ ଭଦ୍ର ବ୍ୟକ୍ତିଙ୍କ ଓ ଉଭୟ ପକ୍ଷ ଙ୍କ ଉପସ୍ଥିତିରେ ହିଞ୍ଜିଳି ଥାନା ସମରଝୋଳ କାଳୀ ମନ୍ଦିର ପ୍ରାଙ୍ଗଣରେ ହୋଇଥିଲା । ଉଭୟଙ୍କ ମଧ୍ୟରେ ରାଜିନାମା ହୋଇ ଅନୀତା ନେଇଥିବା ସମସ୍ତ ଯୌତୁକ ଧନ ସହ ଭରଣ ପୋଷଣ ବାବଦକୁ ୪ଲକ୍ଷ ୭୫ହଜାର ଟଙ୍କା ସନ୍ତୋଷ ମାର୍ଚ୍ଚ ମାସ ୧୭ ସୁଦ୍ଧା ପ୍ରଦାନ ପାଇଁ ରାଜିନାମା ହୋଇଥିଲା । ସନ୍ତୋଷଙ୍କ ପରିବାର ପରେ ରାଜିନାମା ନ ମାନି ଅନ୍ୟ ଏକ ଝିଅ ସହ ସନ୍ତୋଷ ଙ୍କ ବିବାହ କରିଥିଲେ। ଅଂଚଳର ବହୁ ଜନପ୍ରତିନିଧି ଓ ନେତୃସ୍ଥାନୀୟ ବ୍ୟକ୍ତି ସନ୍ତୋଷଙ୍କ ପରିବାରକୁ ବୁଝାଇଥିଲେ ମଧ୍ୟ ସେମାନେ କୌଣସି ସମାଧାନ ପାଇଁ ରାଜି ହେଉନାହାଁନ୍ତି ଓ ଅନୀତାଙ୍କୁ ଧମକ ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ନଂ ୧୯୮/୨୧ରେ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ପୋଲିସ ସୂତ୍ରରୁ ପ୍ରକାଶ ।   ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version