ଆନ୍ତରାଜ୍ୟ ସୀମାରେ ଚେକ୍‌ପୋଷ୍ଟ ନିର୍ମାଣ ହେବ ନେଗେଟିଭ୍‌ ରିପୋର୍ଟ ନଥିଲେ ଜିଲ୍ଲାକୁ ପ୍ରବେଶ ମନା

ଓଡ଼ିଶା ତାଜା ନ୍ୟୁଜ (୨୮ ଅପ୍ରେଲ ବୁଧବାର ) ଭୁବନେଶ୍ୱର :- ଆନ୍ତଃରାଜ୍ୟ ସୀମାରେ ଚେକ୍‌ପୋଷ୍ଟଗୁଡ଼ିକ ନିର୍ମାଣ କରାଯାଇ ଜିଲ୍ଲାକୁ ପ୍ରବେଶ କରୁଥିବା ଲୋକଙ୍କୁ ୭୨ ଘଣ୍ଟା ମଧ୍ୟରେ କରାଯାଇଥିବା କୋଭିଡ୍‌ ଟେଷ୍ଟର ନେଗେଟିଭ୍‌ ରିପୋର୍ଟ ଦେଖାଇବା ପରେ ଛଡ଼ାଯିବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ଆଗରୁ ପରୀକ୍ଷା କରି ନଥିଲେ ସେମାନଙ୍କୁ ଚେକ୍‌ପୋଷ୍ଟଠାରେ ଟେଷ୍ଟ କରାଯିବାକୁ ବ୍ୟବସ୍ଥା କରାଯାଇଥିବା ଆଜି କଳାହାଣ୍ଡି ଜିଲ୍ଲା ପରିସ୍ଥିତି ଉପରେ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କରିଥିବା ଭର୍ଚୁଆଲ୍‌ ସମୀକ୍ଷାରେ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗୱାଲି ପ୍ରକାଶ କରିଛନ୍ତି ।

ଜିଲ୍ଲାର ସ୍ୱାସ୍ଥ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, ସମସ୍ତ ବିଡିଓ, ପୌରାଞ୍ଚଳ ନିର୍ବାହୀ ଅଧିକାରୀମାନଙ୍କୁ ନେଇ କରାଯାଇଥିବା ଏହି ସମୀକ୍ଷାରେ ଆଗକୁ କୋଭିଡ୍‌ ଟେଷ୍ଟିଂ ସେଣ୍ଟର ସଂଖ୍ୟା ବୃଦ୍ଧି କରିବା ଏବଂ ଟେଷ୍ଟିଂକୁ ମଧ୍ୟ ବଢ଼ାଇବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି ରାତି୍ରକାଳୀନ କର୍ଫୁ୍ୟକୁ କଡ଼ାକଡ଼ି କରାଯିବା ସହ ଖିଲାପକାରୀଙ୍କୁ ସମୁଚିତ ଦଣ୍ଡବିଧାନ କରାଯିବାକୁ କୁହାଯାଇଥିଲା । ଏପରିକି ଦିନବେଳେ ବଜାର, ରାସ୍ତାଘାଟରେ ବିନା ମାସ୍କ କିମ୍ବା ଅଯଥା ଗହଳି କରୁଥିଲେ ସଂପୃକ୍ତ ବ୍ୟବସାୟିକ ସଂସ୍ଥାକୁ ସିଲ୍‌ କରିବାକୁ କୁହାଯାଇଛି । ବିଶେଷ ଭାବେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ କରିବାକୁ ଗୁରୁତ୍ୱ ଦିଆଯାଇଥିଲା ।

ଫଳରେ ଅନ୍ୟମାନେ ହଇରାଣ ହେବେ ନାହିଁ । ଯେଉଁମାନେ ହୋମ୍‌ ଆଇସୋଲେ ସନ୍‌ରେ ରହିଛି ସେମାନ ଙ୍କୁ ନ ୟି ମିତ ବ୍ୟବ ଧାନ ରେ ଚିକିତ୍ସା ଉପଲବ୍ଧ କରିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାରେ ବର୍ତ୍ତମାନ ୩ଟି କୋଭିଡ୍‌ କେୟାର ସେଣ୍ଟର କାର୍ଯ୍ୟ କରୁଛି ଏବଂ ସେଥିରେ ୩୪୦ଟି ବେଡ୍‌ ରହିଛି । ଯେଉଁଥିରେ ବର୍ତ୍ତମାନ ୧୯୧ ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ଜିଲ୍ଲା କୋଭିଡ୍‌ ହସ୍‌ପିଟାଲ୍‌ରେ ୧୦୦ ଗୋଟି ବେଡ୍‌ ରହିଛି ଏବଂ ସେଠାରେ ୮୪ ଜଣ ଚିକିତ୍ସିତ ହେଉଛନ୍ତି । କଳାହାଣ୍ଡି ଜିଲ୍ଲାରେ ଦ୍ୱିତୀୟ ଲହରୀ କୋଭିଡ୍‌ରେ ୯ ଜଣ ରୋଗୀ ମୃତୁ୍ୟବରଣ କରିଛନ୍ତି ବୋଲି ରିପୋର୍ଟରୁ ପ୍ରକାଶ । ତା’ଛଡ଼ା ବର୍ତ୍ତମାନ ୧୧୮୩ଟି ପଜେଟିଭ୍‌ କେସ୍‌ ରହିଥିବାବେଳେ ୨୮୧୩ଟି ଆକଫିଭ୍‌ କେସ୍‌ ରହିଛି ।

କୋଭିଡ୍‌ ହସ୍‌ପିଟାଲ୍‌ରେ ୧୦୦ଟି ବେଡ୍‌ ମଧ୍ୟରୁ ୯୪ଟି ଅକ୍ସିଜେନ୍‌ ଖଞ୍ଜା ବେଡ୍‌ ରହିଛି । ଆଗକୁ ଆହୁରି ୪ଟି କୋଭିଡ୍‌ କେୟାର ସେଣ୍ଟର ସ୍ଥାପନ କରି ୮୦୦ଟି ବେଡ୍‌ର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏବେ ହୋମ୍‌ ଆଇସୋଲେସନ୍‌ରେ ୨୫୧୪ ଜଣ ରହିଥିବା ପଂଜୀକୃତ ହୋଇଥିବା ଜଣାପଡ଼ିଛି । ଜିଲ୍ଲାରେ ୨୧୨୬୨୦ ଜଣଙ୍କୁ କୋଭିକ୍ସିନ୍‌ ପ୍ରତିଷେଧକ ଟିକା ଦିଆଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜଣାଇଛନ୍ତି । ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ସୀମାନ୍ତ ଜିଲ୍ଲା ଭାବେ ଅନୁପ୍ରବେଶ ଉପରେ ତୀକ୍ଷ୍‌ଣ ନଜର ରଖିବା ସହିତ ଜିଲ୍ଲା ମଧ୍ୟରେ କୋଭିଡ୍‌ ନିୟମ ଅନୁପାଳନକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ପରାମର୍ଶ ଦେଇଥିଲେ ।

Exit mobile version