ପରଜଙ୍ଗ ଯୁବଶକ୍ତି ଏବଂ ମାତୃସେନା ପକ୍ଷରୁ କୁଆଳ ଗ୍ରାମ ପଞ୍ଚାୟତ ଠାରେ ୩୪ ୟୁନିଟ୍ ରକ୍ତ ସଂଗୃହୀତ

ଓଡ଼ିଶା ତାଜା ନ୍ୟୁଜ (୨୮ ଅପ୍ରେଲ ବୁଧବାର ) ଢେଙ୍କାନାଳ :- ଆଜି ଜିଲ୍ଲା ପରଜଙ୍ଗ ବ୍ଲକ ଯୁବଶକ୍ତି ଏବଂ ମାତୃସେନା ପକ୍ଷରୁ କୁଆଳୋ ଗ୍ରାମ ପଞ୍ଚାୟତର ପରମହଂସପୁର ମା ମେଡ଼ିକାଲ ଷ୍ଟୋର ଠାରେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ୩୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ସମସ୍ତଙ୍କର ଅତିପ୍ରିୟ, ଯୁବ ବର୍ଗ ଙ୍କ ଆଦର୍ଶ, ଯୁବ ଆଇକନ ଯୁବନେତା ଅସିତ୍ କୁମାର ରାୟ ଚୌଧୁରୀ (ଚିଣ୍ଟୁ ଭାଇ) ଯୋଗଦାନ କରି କହିଥିଲେ ରକ୍ତଦାନ ଏକ ମହତ କାର୍ଯ୍ୟ, ଆମେ ରକ୍ତଦାନ କରିବା ଦ୍ୱାରା ଆମେ ଜଣଙ୍କର ଜୀବନ ବଞ୍ଚାଇବା ସହ ଆମେ ନିଜେ ମନ୍ଧ୍ୟ ସୁସ୍ଥ ଆଉ ସୁରକ୍ଷିତ ରେ ରହିଥାନ୍ତି,

ଏଣୁ ସମସ୍ତ ଯୁବକ ବନ୍ଧୁ ମାନେ ଆସନ୍ତୁ ଆମେ ସଂକଳ୍ପ ନେବା ରକ୍ତ ଅଭାବରୁ କାହାରିକି ମରିବା ପାଇଁ ଦେବା ନାହିଁ ଆମେ ସମସ୍ତେ ରକ୍ତଦାନ କରି ନୂତନ ଜୀବନ ଦାନ ଦେବା ଓ ରକ୍ତ ଅଭାବ କୁ ଦୂର କରିବା ସହ ରାଜ୍ୟ ସରକାରଙ୍କ କୋଭିଡ କଟକଣା କୁ ଆମେ ସମସ୍ତେ ମାନି ଚଳିବା ଆମ ସୁରକ୍ଷା ଆମ ନିଜ ହାତରେ କହି ବକ୍ତବ୍ୟ ଶେଷ କରିଥିଲେ, ଅନ୍ୟତମ ସଂମାନିତ ଅତିଥି ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା,

ବ୍ଲକ ବିଜେଡି ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି ଯୋଗଦାନ କରିଥିବା ବେଳେ ରୂପକ ରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମ ର ସମସ୍ତ ପରିଚାଳନା କରିଥିଲେ, ଯୁବଶକ୍ତି ର ଜ୍ଞାନ ରଞ୍ଜନ ସାହୁ, ସନ୍ୟାସୀ ସାହୁ, ଆକାଶ ସାହୁ ସହଯୋଗ କରିଥିଲେ, ମିଡ଼ିଆ ପ୍ରତିନିଧି ନିର୍ମଳ ଗଡନାୟକ, ବିନୟ ଦାସ,ସୁବଳ ରାଉତ, ସୁବ୍ରତ ବିଶ୍ୱାଳ, ସୂର୍ଯ୍ୟକାନ୍ତ ବେହେରା, ସଂଜୀବ ଖିଲର, ବାପି ଭୁକ୍ତା ସହ ସମସ୍ତ ଗ୍ରାମବାସୀ ମାନେ ସାମିଲ ଥିଲେ। (ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।

Exit mobile version