ନୟାଗଡ଼ରେ ମଧୁବାବୁଙ୍କ ଜୟନ୍ତୀ ପାଳନ

ଓଡ଼ିଶା ତାଜା ନ୍ୟୁଜ (୨୭ ଅପ୍ରେଲ ମଙ୍ଗଳବାର) ନୟାଗଡ଼ :– ଆଜି ସକାଳ ଘ.୦୭.୩୦ମିନିଟ୍‌ ସମୟରେ ଜିଲ୍ଲାସ୍ତରରେ ଉତ୍କଳ ଗୌରବ ତଥା ଶତାବ୍ଦୀର ସୂର୍ଯ୍ୟ ମଧୁସୂଦନ ଦାସଙ୍କର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଟଙ୍କଧର ଭୋଇ,

ରାଜ୍ୟସ୍ତରୀୟ ଉତ୍କଳ ସମ୍ମିଳନୀର ସଭାପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଶ୍ରୀ ବସନ୍ତ କୁମାର ତ୍ରିପାଠୀ, ଜିଲ୍ଲା ଉତ୍କଳ ସମ୍ମିଳନୀର ସଭାନେତ୍ରୀ ବସିରନ ବିବି, ସଂପାଦକ ଶ୍ରୀ ଶରତ ଚନ୍ଦ୍ର ଆଚାର୍ଯ୍ୟ ଓ ଅନ୍ୟାନ୍ୟ ବରିଷ୍ଠ ନାଗରିକ , ଜିଲ୍ଲା ଓକିଲ ସଂଘର ସଂପାଦକ ଆଇନଜୀବୀ ଶ୍ରୀ କାଳୁ ଚରଣ ସ୍ୱାଇଁଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଜିଲ୍ଲା ସଦର ମହକୁମାଠାରେ

ଅବସ୍ଥାପିତ ମଧୁବାବୁଙ୍କ ପ୍ରତିମୂର୍ତିରେ ମଲ୍ୟାର୍ପଣ କରିଥିଲେ । ପରେ ପରେ ପ୍ରଖ୍ୟାତ ସାହିତ୍ୟିକ ତଥା କଥାକାର ପଦ୍ମଭୁଷଣ ଶ୍ରୀ ମନୋଜ କୁମାର ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ , ନୟାଗଡ଼

Exit mobile version