ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଆଲୋଚନା ପଂଚାୟତକୁ ଗ୍ରୀନଜୋନ ଭାବେ ରଖିବା ପାଇଁ ଦେଲେ ଗୁରୁମନ୍ତ୍ର – ହିଞ୍ଜିଳିକାଟୁ

hinjili

ଓଡ଼ିଶା ତାଜା ନ୍ୟୁଜ (୨୭ ଅପ୍ରେଲ ମଙ୍ଗଳବାର) ହିଞ୍ଜିଳିକାଟୁ :- ରାଜ୍ୟରେ କରୋନା ସଂକ୍ରମଣ ସ୍ଥ୍‌ିତି ଉଦବେଗଜନକ ରହିଛି । ରାଜ୍ୟର ୮ଟି ଜିଲ୍ଳାର ସ୍ଥିତି ସଙ୍ଗିନ ରହିଛି । କୁମ୍ଭମେଳା ଓ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି । ଗ୍ରୀନଜୋନରେ ଥିବା ଗଞ୍ଜାମ ଜିଲ୍ଲା କରୋନାଗ୍ରାଫ୍ ଏବେ ଉପରମୁହାଁ । ଅନ୍ୟ ଜିଲ୍ଲାର ସ୍ଥିତି କ୍ରମଶଃ ବିଗୁଡ଼ୁଥିବା ବେଳେ ପ୍ରବାସୀ ଫେରନ୍ତାଙ୍କ ପାଇଁ ପ୍ରଶାସନର ଚିନ୍ତା ବଢିବାରେ ଲାଗିଛି । ଏହାର ଦୃଢ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ ବ୍ଳକୱାରୀ ଗ୍ରସ୍ତ କରି ସ୍ଥିତି ଅନୁଧ୍ୟାନ ଓ ଆଗୁଆ ପଦକ୍ଷେପ ଗ୍ରହଣ କରିବା ସକାଶେ ପ୍ରଚେଷ୍ଟା ଜାରି ରଖିଛନ୍ତି । ଜିଲ୍ଲାରେ ସଂକ୍ରମଣ ଓ ସଂକ୍ରମିତଙ୍କ ସଂଖ୍ୟା ଯେପରି ବୃଦ୍ଧି ନପାଇବ, ସେଥିପ୍ରତି ଦୃଷ୍ଟି ପ୍ରଦାନ ସକାଶେ ଜନ ପ୍ରତିନିଧି ଓ ପ୍ରଶାସନ୍ଖଳ ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।

ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି
ବ୍ଳକ ଓ ପୌରାଂଚଳର ଜନ ପ୍ରତିନିଧି ଓ ବୁଦ୍ଧିଜୀବିଙ୍କ ସହ କୋଭିଡ଼ ପରିଚାଳନା ଓ ସଚେତନତା ଉପରେ ଆଲୋଚନା କରିଥିଲେ । ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରସ୍ଥ ଗଣେଷ ମନ୍ଦିର ପରିସରରେ ଆୟୋଜିତ ବୈଠକରେ ଗତବର୍ଷ ମହାମାରୀ କରୋନା ମୁକାବିଲା ସମୟରେ ପଂଚାୟତ ପ୍ରତିନିଧି ମାନେ ଯେଭଳି ପଦକ୍ଷେପ ଓ ସହଯୋଗ କରିଥିଲେ, ସେହି ଅନୁଭୂତି ନେଇ ବର୍ତମାନ କାର୍ଯ୍ୟକାରୀ କରିବା ଉପରେ ପରାମର୍ଶ ଦେଇଥିଲେ । ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ ଚିହ୍ନଟ କରି ସ୍ୱାସ୍ଥ୍ୟ ଯାଂଚ, କୋଭିଡ଼ ମନିଟରକୁ ନେଇ ବୈଠକ ଆୟୋଜନ କରି କରୋନା ରୋଗ ସମ୍ବନ୍ଧରେ ନିଶ୍ଚିତ କରିବାକୁ କହିଥିଲେ ।

ଲକ୍ଷଣ ଦେଖାଦେଉଥିବା ସଂକ୍ରମିତଙ୍କୁ ଗୃହ ସଙ୍ଗରୋଧରେ ୧୪ ଦିନ ରହିବା ସକାଶେ ପ୍ରବର୍ତାଇବା ସହ ସ୍ୱାସ୍ଥ୍ୟ ନିୟମିତ ଯାଂଚ କରିବା ସକାଶେ ନିର୍ଦ୍ଦେଶ ଦେଇଥିଲେ । ଅଧିକ ଗୁରୁତ୍ୱର ହେଲେ ଉତ୍ସର୍ଗୀକୃତ କୋଭିଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିବାକୁ ପରାମର୍ଶ ଦେଇଥିଲେ । ଯୁବପିଢିଙ୍କୁ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି । ଅବାଧ ଚଳପ୍ରଚଳ ପାଇଁ ସେମାନଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପଂଚାୟତକୁ ଗ୍ରୀନଜୋନ ଭାବେ ରଖିବାକୁ ହେଲେ ସମସ୍ତଙ୍କ ସହଯୋଗ ଓ ସହଭାଗିତା ସହ ମାସ୍କ ବ୍ୟବହାର କରିବା , ସାମାଜିକ ଦୂରତ୍ୱ ରକ୍ଷା ଓ ସାନିଟାଇଜ ବ୍ୟବହାର ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଗୁରୁତ୍ୱାରୋପ କରିଥିଲେ । ଏଥଇ ପାଇଁ କୋଭିଡ଼ ମ୍ୟାନେଜମେଂଟକୁ ବ୍ୟାପକ କରିବା ପାଇଁ କହିବା ସହ ଚିକିତ୍ସାଳୟ ମୁହାଁ ନହେବା ପାଇଁ ଯତ୍ନବାନ ହେବାକୁ କହିଥିଲେ । ବର୍ତମାନ ସ୍ଥାନୀୟ ବ୍ଳ ଓ ପୌରାଂଚଳର ସଂକ୍ରମିତଙ୍କ ଚିକିତି୍‌ସା ସକାଶେ ୩ଟି ୨୫୦ଶର୍ଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଂଟର ଓ ୭୫ ଶର୍ଯ୍ୟା ବିଶିଷ୍ଟ ଉତ୍ସର୍ଗୀକୃତ କୋଭିଡ଼ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି ।

ଆବଶ୍ୟକୀୟ ଅମ୍ଳଜାନ ଓ ଅନ୍ୟାନ ବ୍ୟବସ୍ଥା ନିଶ୍ଚିତ କରାଯାଇଛି । ଏତଦବ୍ୟତିତ ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ଆବଶ୍ୟକ ହେଲେ କଂଟେନମେଂଟ ଜୋନ ଘୋଷଣା କରିବାକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପଂଚାୟତ ଓ ସହରାଂଚଳରେ ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା ଯେପରି ବ୍ୟାହତ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ମନ୍ଦିର, ବିବାହ ତଥା ଅନ୍ୟାନ ମାଙ୍ଗଳିକ କାର୍ଯ୍ୟ ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିବ । ଯଦି ଆସନ୍ତା ଏକ ମାସ ଠିକ୍ ଭାବେ କୋଭିଡ଼ ନିୟମ ପାଳନ କରିବା ତେବେ ନିଶ୍ଚିତ ଆମେ କରୋନାକୁ ପରାସ୍ତ କରି ପୁଣି ସ୍ୱାଭବିକ ଜୀବନ ଯାପନ କରିପାରିବା ବୋଲି ଜିଲ୍ଳାପାଳ କୁଲାଙ୍ଗେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ସହରାଂଚଳ ଓ ଗ୍ରାମାଂଚଳରେ ସଚେତନତା ସୃଷ୍ଟି ଊପରେ ଗୁରୁତ୍ୱାରୋପ କରିବା ସହ ନିଜେ ନିଜ ପରିବାର, ଗ୍ରାମ ଓ ବ୍ଳକକୁ କରୋନା ମୁକ୍ତ କରି ଗ୍ରୀନଜୋନ ଭାବେ ପରିଣତ କରିବା ପାଇଁ ଜନପ୍ରତିନିଧିଙ୍କ ସମ୍ପୁର୍ଣ୍ଣ ସହଯୋଗ ଆବଶ୍ୟକ ରହିଛି ବୋଲି କହିଥିଲେ । ଯଦି କୋଭିଡ଼ ମ୍ୟାନେଜମେଂଟରେ କୌଣସି ଅସୁବିଧା ସୃଷ୍ଟି ହୁଏ , ତେବେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବିଡ଼ିଓଙ୍କୁ ଅବଗତ କରିବା ପାଇଁ ଜିଲ୍ଲାପାଳ କହିଥିଲେ । ନଚେତ ସିଧାସଳଖ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ । ଅନୁରୂପ ଭାବେ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଏକ କୋଭିଡ଼ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ସହରର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ପୌର ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ପରିସ୍ଥିତି ଅନୁଯାୟୀ ଆବଶ୍ୟକ ସ୍ଥଳେ ମିନି କଂଟେନମେଂଟ ଘୋଷଣା, ପଂଚସୂତ୍ରୀ ନିୟମ ଅନୁପାଳନ ଓ ବ୍ୟବସାୟୀ ସଂଘ ଯଦି ସ୍ୱତଃ ପ୍ରବୃତ ଭାବେ ଆଗକୁ ଆସି ପ୍ରଶାସନକୁ ସହାୟତା କରିବେ ତେବେ କରୋନା ସଂକ୍ରମଣ ହ୍ରାସ ପାଇବ ବୋଲି କୁହାଯାଇଛି । ଉକ୍ତ ବୈଠକରେ ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଆଇଏଏସ (ପ୍ରୋବେସନ) ମିସ୍ ମଧୁସ୍ମିତା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ବିଡ଼ିଓ ସୁବ୍ରତ କୁମାର ଜେନା, ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନ, ଉପଖଣ୍ଡ ଚିକିତ୍ସାଳୟ ଭାରପ୍ରାପ୍ତ ଅଧିକ୍ଷକ ଡ଼ାକ୍ତର ପ୍ରତିଭା ପାତ୍ର, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ, ସରଂପଚ, ସମିତିସଭ୍ୟ, ଜଳସମ୍ପଦ, ବିଦ୍ୟୁତ, କୃଷି, ଜଳ ଓ ପରିମଳ ଆଦି ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Exit mobile version