କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ବର୍ତମାନ ସୁଦ୍ଧା ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଚିନ୍ତାଜନକ : ବାବୁ ସିଂ

1. କୋଭିଡ୍ ଟେଷ୍ଟ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି କରାଯାଉ , 2. କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ଶଯ୍ୟା ବୃଦ୍ଧି କରାଯିବା ସହ ପ୍ରତ୍ୟେକ ମେଡିକାଲରେ ପର୍ଯ୍ୟାପ୍ତ ପରିମାଣର ମେଡିସିନ ଓ ଅକ୍ସିଜେନ ଉପଲବ୍ଧ କରାଯାଉ, 3. ଭୂବନେଶ୍ୱରର ବିଭିନ୍ନ ଅଂଚଳକୁ ନିୟମିତ ଭାବେ ସାନିଟାଇଜ କରାଯାଉ, 4. ସହଯୋଗ ପାଇଁ ଏକ ୨୪ ଘଂଟିଆ ଟୋଲ ଫ୍ରି ନମ୍ବର କାର୍ଯ୍ୟକ୍ଷମ କରାଯାଉ , 5. ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ‘ଡୋର ଟୁ ଡୋର’ ସ୍ୱାସ୍ଥ୍ୟ ଯାଂଚ ତୁରନ୍ତ ଆରମ୍ଭ କରାଯାଉ , 6. ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଭୂବନେଶ୍ୱରର ସମସ୍ତ ଅଂଚଳରେ ଥର୍ମାଲ ସ୍କ୍ରିନିଂ, ଅକ୍ସିଜେନ ମାତ୍ରା ଆଦି ଯାଂଚ କରିବା ସହ ସଚେତନତା ଅଭିଯାନକୁ ଆହୁରି ଅଧିକ ଦୃତ ଗତିରେ କରାଯାଉ, 7. କୋଭିଡ୍ ରୋଗୀଙ୍କ ସଂପର୍କରେ ପରିବାର ସଦସ୍ୟଙ୍କୁ ନିୟମିତ ଭାବେ ସ୍ୱାସ୍ଥ୍ୟ ସଂପର୍କରେ ଅବଗତ କରାଯାଉ

ଓଡ଼ିଶା ତାଜା ନ୍ୟୁଜ (୨୭ ଅପ୍ରେଲ ମଙ୍ଗଳବାର) ଭୁବନେଶ୍ୱର :- ଭୂବନେଶ୍ୱର ଭଳି ରାଜ୍ୟର ମୁଖ୍ୟ ସହରରେ ଆଜି କୋଭିଡ୍ ଚିକିତ୍ସା ପାଇଁ ଶଯ୍ୟା, ମେଡିସିନ, ଅକ୍ସିଜେନ ଅଭାବ କାରଣରୁ ଭୂବନେଶ୍ୱରର ପରିସ୍ଥିତି ଆଜି ସଂକଟାପନ୍ନ ହୋଇପଡିଛି । କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ବର୍ତମାନ ସୁଦ୍ଧା ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଚିନ୍ତାଜନକ ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି । କୋଭିଡ୍ କାରଣରୁ ସୃଷ୍ଟି ହୋଇଥିବା ସାଂପ୍ରତିକ ପରିସ୍ଥିତିରେ ରାଜଧାନୀବାସୀଙ୍କ ମୈାଳିକ ସମସ୍ୟା ସଂପର୍କରେ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ନେତୃତ୍ୱରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ପ୍ରମୁଖ ଆଜି ବିଏମସି କମିଶନରଙ୍କୁ ସାକ୍ଷାତ କରି ବିସ୍ତୃତ ଆଲୋଚନା କରି ବିହୀତ ଓ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।

ଭୂବନେଶ୍ୱର ରାଜ୍ୟ ରାଜଧାନୀ ହେବା ସହିତ ରାଜ୍ୟର ଏକ ପ୍ରମୁଖ ସହର ଓ ଜନଗହଳିପୂର୍ଣ୍ଣ ଅଂଚଳ । ଏହି କାରଣରୁ ଏଠି ସମସ୍ତ ସରକାରୀ, ବେସରକାରୀ ମୂଖ୍ୟ କାର୍ଯ୍ୟାଳୟ ସହିତ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ମଧ୍ୟ ରହିଛି । ଏହା ସହିତ ବଡ ବଡ ଡାକ୍ତରଖାନା ଓ ମେଡିକାଲ କଲେଜ ଅବସ୍ଥିତ ଥିବାରୁ ପ୍ରତିଦିନ ବହୁ ସଂଖ୍ୟାରେ ବିଭିନ୍ନ ଜିଲ୍ଲା, ବାହାର ରାଜ୍ୟରୁ ରୋଗୀ ଆସି ଚିକିତ୍ସିତ ହୋଇଥାନ୍ତି । ବର୍ତମାନର କୋଭିଡ୍ ମହାମାରୀ ପରିସ୍ଥିତିରେ ଭୂବନେଶ୍ୱରର ଅବସ୍ଥା ଅତି ସଂକଟାପନ୍ନ ହୋଇପଡିଛି । ପ୍ରତିଦିନ କୋଭିଡ୍ ସଂକ୍ରମଣ ଦୃତ ଗତିରେ ବଢି ଚାଲିଥିବାବେଳେ କୋଭିଡ୍ ପରିଚାଳନାରେ ଅନେକ ତୃଟି ଓ ଅବହେଳା ସ୍ପଷ୍ଟ ପରିଲକ୍ଷିତ ହେଉଛି । ପ୍ରଥମତଃ କୋଭିଡ୍ ଟେଷ୍ଟ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି । ଦ୍ୱିତୀୟତଃ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାବେଳେ ଚିକିତ୍ସା ପାଇଁ ଡାକ୍ତରଖାନାଗୁଡିକରେ ଶଯ୍ୟାର ଅଭାବ, ଔଷଧର ଅଭାବ ସହ ଅକ୍ସିଜେନର ଅଭାବ ମଧ୍ୟ ପରିଲକ୍ଷିତ ହେଉଛି ।

ଏହା ଫଳରେ ରୋଗୀ ଏବଂ ତାଙ୍କ ସଂପର୍କୀୟମାନେ ନାହିଁ ନଥିବା ହଇରାଣର ଶିକାର ହେଉଛନ୍ତି । ସେହିପରି ଦେଶର ଅନ୍ୟାନ୍ୟ ସ୍ଥାନକୁ ରାଜ୍ୟ ସରକାର ଅକ୍ସିଜେନ ପଠାଉଥିବାବେଳେ ଭୂବନେଶ୍ୱର ସମେତ ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ଅକ୍ସିଜେନ ଅଭାବ ପରିଲକ୍ଷିତ ହୋଇଛି । କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ଶଯ୍ୟା ବୃଦ୍ଧି କରାଯିବା ସହ ପ୍ରତ୍ୟେକ ମେଡିକାଲରେ ପର୍ଯ୍ୟାପ୍ତ ପରିମାଣର ମେଡିସିନ ଓ ଅକ୍ସିଜେନ ଉପଲବ୍ଧ ପାଇଁ ଶ୍ରୀ ସିଂ ଦାବୀ ଜଣାଇଛନ୍ତି । ଭୂବନେଶ୍ୱର ଏକ ଜନଗହଳିପୂର୍ଣ୍ଣ ଅଂଚଳ ହୋଇଥିବାରୁ ବିଭିନ୍ନ ଅଂଚଳକୁ ନିୟମିତ ଭାବେ ସାନିଟାଇଜ କରାଯାଉ ।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୋଭିଡ୍ ରୋଗୀଙ୍କ ସଂପର୍କରେ ପରିବାର ସଦସ୍ୟଙ୍କୁ ନିୟମିତ ଭାବେ ସ୍ୱାସ୍ଥ୍ୟ ସଂପର୍କରେ ଅବଗତ କରାଯାଉ । ସେହିପରି ଭୂବନେଶ୍ୱରବାସୀଙ୍କୁ ସହଯୋଗ କରିବା ପାଇଁ ଏକ ୨୪ ଘଂଟିଆ ଟୋଲ ଫ୍ରି ନମ୍ବର କାର୍ଯ୍ୟକ୍ଷମ କରାଯାଉ । ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ‘ଡୋର ଟୁ ଡୋର’ ସ୍ୱାସ୍ଥ୍ୟ ଯାଂଚ ତୁରନ୍ତ ଆରମ୍ଭ କରାଯାଉ । ସେହିପରି ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଭୂବନେଶ୍ୱରର ସମସ୍ତ ଅଂଚଳରେ ଥର୍ମାଲ ସ୍କ୍ରିନିଂ, ଅକ୍ସିଜେନ ମାତ୍ରା ଆଦି ଯାଂଚ କରିବା ସହ ସଚେତନତା ଅଭିଯାନକୁ ଆହୁରି ଅଧିକ ଦୃତ ଗତିରେ କରିବାକୁ ଶ୍ରୀ ସିଂ ଦାବୀ କରିଛନ୍ତି ।

Exit mobile version