ତରାପୁର ମା’ହିଙ୍ଗୁଳା ପୂଜା ଓ ମହାଯଜ୍ଞତ୍ସବ ଆରମ୍ଭ ; କରୋନା କଟକଣା ଅନୁଯାୟୀ ହେଉଛି ପୂଜା ଉପଚାର

ଓଡ଼ିଶା ତାଜା ନ୍ୟୁଜ (୨୭ ଅପ୍ରେଲ ମଙ୍ଗଳବାର) କୋରାଇ :- ସ୍ଥାନୀୟ ଲକ୍ଷ୍ମୀନଗର ପଂଚାୟତ ଅନ୍ତର୍ଗତ ତରାପୁର ଆଂଚଳିକ ହିଙ୍ଗୁଳା କମିଟି ପକ୍ଷରୁ ମା’ହିଙ୍ଗୁଳା ଦେବୀଙ୍କ ୮୫ତମ ଯଜ୍ଞତ୍ସବ ସୋମବାର ଆରମ୍ଭ ହୋଇଛି । ପୂର୍ବାହ୍ଣରେ ମନ୍ଦିରର ଧ୍ୱଜା ସ୍ଥାପନା କରାଯାଇଥିଲା ବେଳେ ଅପରାହ୍ଣରେ ଯଜ୍ଞତ୍ସବର ଶୁଭାଧିବାସ ସ୍ୱରୂପ ଜଳକଳସ ଆଣି ବିଧିମତେ ସ୍ଥାପନା କରାଯାଇଥିଲା । ଆଜି(ମଙ୍ଗଳବାର) ପୂର୍ବାହ୍ଣରେ ମା’ଙ୍କ ଯଜ୍ଞସ୍ଥଳେ ଅଗ୍ନି ସଂଯୋଗ କରାଯାଇ ଯଜ୍ଞକାର୍ଯ୍ୟ ଆରମ୍ଭ କରାଯାଇଛି ।

କର୍ତାଭାବେ ଅନିଲ କୁମାର ଦାସ ପୂଜା କାର୍ଯ୍ୟସଂପାଦନ କରିଥିଲା ବେଳେ ମୁଖ୍ୟପୂଜକ ଶରତକୁମାର ପଣ୍ଡାଙ୍କ ସମେତ ଗୋପବନ୍ଧୁ ପାଢୀ(ଆଚାର୍ଯ୍ୟ), ହୃଷିକେଶ ମିଶ୍ର, ଅଜୟକୁମାର ଶତପଥୀ, ଦିଲ୍ଲୀପକୁମାର ପଣ୍ଡା, ପ୍ରଫୁଲ୍ଲ ମିଶ୍ର, ତୀର୍ଥବାସୀ ପାଢୀ, ସଞ୍ଜୟକୁମାର ପଣ୍ଡା, ବାବୁଲି କର ପ୍ରମୁଖ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତମାନେ ପବିତ୍ର ବେଦ ଧ୍ୱନିରେ ଯଜ୍ଞକାର୍ଯ୍ୟ ନିର୍ବାହ କରିଥିଲେ ।

ଅନୁଷ୍ଠିତ ପୂଜାକାର୍ଯ୍ୟରେ ତୁଣ୍ଡି ପିନ୍ଧିବା ଓ ସାମାଜିକ ଦୂରତା ଭିତିରେ ଭକ୍ତ ଓ କର୍ମକର୍ତା ସାମୂହିକ ଭାବେ କରୋନା କଟକଣା ଅନୁଯାଇ ନିର୍ବାହ କରାଯାଉଛି । କାର୍ଯ୍ୟକ୍ରମ କମିଟିର ସଭାପତି ପ୍ରଭାତକୁମାର ମଲ୍ଲିକଙ୍କ ତତ୍ୱାବଧନାରେ ସଂପାଦକ ନନ୍ଦକିଶୋର ସାହୁ, ଉପସଭାପତି ଉମାକାନ୍ତ ରାଉତ ଓ ଚକ୍ରଧର ପାଢୀ,

ସହସଂପାଦକ ଅକ୍ଷୟକୁମାର ସାହୁ, ଯୁଗ୍ମ ସଂପାଦକ ଟୁକୁନା ବଳ, କୋଷାଧ୍ୟକ୍ଷ ବାବନଚନ୍ଦ୍ର ମଲ୍ଲିକ, କାର୍ଯ୍ୟାଳୟ ସହକାରୀ ପ୍ରଶାନ୍ତକୁମାର ମହାନ୍ତି, ପୁରୁଷୋତମ ନାୟକ, ମନୋହାର ରାଉତ, ବାବୁଲି ବାରିକ ପ୍ରମୁଖ କମିଟିର ସମସ୍ତ କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ରିହି ପରିଚାଳନା କରିଥିଲେ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)

Exit mobile version