ମାନିଲେନି ସାମାଜିକ ଦୁରତ୍ୱ ; କରୋନା କୁ ଆମନ୍ତ୍ରଣ ପ୍ରତିଷେଧକ ଟୀକା ନେବାକୁ ରଣପୁର ଡାକ୍ତରଖାନା ରେ ଠେଲ୍ଲାପେଲ୍ଲା

ଓଡ଼ିଶା ତାଜା ନ୍ୟୁଜ (୨୭ ଅପ୍ରେଲ ମଙ୍ଗଳବାର) ରଣପୁର :- ରଣପୁର ଡାକ୍ତରଖାନାରେ ପ୍ରତିଷେଧକ ଟୀକା ନେବାକୁ ଆସି ଡାକ୍ତରଖାନା ପରିସର ଭିତରେ ପରସ୍ପର ମଧ୍ୟରେ ଠେଲ୍ଲାପେଲ୍ଲା ହୋଇ କିଛି ବ୍ୟକ୍ତି କରୋନା ଭୁତାଣୁ କୁ ଆମନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି ।ପ୍ରକାଶ ଯେ , ଗତ ଦୁଇମାସ ତଳେ ସରକାର ୬୦ ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତି ଙ୍କୁ କରୋନା ଟୀକା ଯୋଗାଇ ଦେଇଥିଲେ । ଟୀକା ନେବାର ଏକମାସ ପରେ ଦ୍ୱିତୀୟ ଟୀକା ନେବାର ନିୟମ ରହିଥିଲେ ମଧ୍ୟ ଦୁଇ ମାସ ଅତିକ୍ରାନ୍ତ କରିଥିଲେ ମଧ୍ୟ କୌଣସି ଟୀକା ଆସିନଥିଲା ା ଫଳରେ ଅସନ୍ତୋଷ ଲାଗି ରହିଥିଲା ।

ତେବେ ସୋମବାର ବୟସ୍କ ବ୍ୟକ୍ତିଙ୍କ ଉଦେଶ୍ୟ ରେ ଦ୍ୱିତୀୟ ଟୀକା ପ୍ରଦାନ କରାଯାଉଥିବା ଖବର ଶୁଣି ସକାଳୁ ଡାକ୍ତରଖାନା ପରିସର ମଧ୍ୟରେ ଭିଡ ଜମିଥିଲା । ଟୀକା ନେବାକୁ ବ୍ୟକ୍ତିବିଶେଷ ଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଥିଲା । ଡାକ୍ତରଖାନା କତୃପକ୍ଷ ଧାଡିରେ ଆସି ଟୀକା ନେବାକୁ ନିବେଦନ କରିଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ଫଳରେ ସ୍ଥାନୀୟ ପୁଲିସ ଆସି ଘଟଣାସ୍ଥଳ ରେ ପହଁଚିଥିଲା । ଏସବୁ ସତ୍ୱେ ପରସ୍ପର ମଧ୍ୟରେ ଠେଲାପେଲା ହୋଇ ଡାକ୍ତରଖାନା ଭିତରେ ପଶିବାକୁ କିଛି ବ୍ୟକ୍ତି ଉଦ୍ୟମ କରିଥିଲେ ।

ରଣପୁର ଡାକ୍ତରଖାନାରେ ଦିନକୁଦିନ ପରୀକ୍ଷା ପରେ ପଜିଟିଭ ଙ୍କ ସଂଖ୍ୟା ବଢିଚାଲିଥିବାବେଳେ ସୁସ୍ଥ ରହିବା ଉଦେଶ୍ୟ ରେ ପ୍ରତିଷେଧକ ଟୀକା ନେବା ପରିବର୍ତେ ସାମାଜିକ ଦୁରତ୍ୱ ନରଖି ନିଜନିଜ ମଧ୍ୟରେ ଠେଲାପେଲା ରୁ କୌଣସି ସଂକ୍ରମିତ ବ୍ୟକ୍ତି ଙ୍କ ଠାରୁ ଏହିସ୍ଥାନ ରେ କରୋନା ର ଗୋଷ୍ଠୀ ସଂକ୍ରମଣ ର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ ବୋଲି ଆଲୋଚନା ହୋଇଛି । ଘଟଣାସ୍ଥଳ କୁ ଡାକ୍ତରଖାନା ର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବୈଦ୍ୟନାଥ ନନ୍ଦ ଆସିବା ପରେ ପରିସ୍ଥିତି ନିୟନ୍ତ୍ରଣାଧିନ ହୋଇଥିଲା ।

୩ ନମ୍ବର ଓାର୍ଡ କୁ ଆବଦ୍ଧାଂଚଳ ଘୋଷଣା କଲା ପ୍ରଶାସନ ରଣପୁର୨୬/୪(ନି.ପ୍ର) ରଣପୁର ଏନଏସି ହରିଜନ ସାହି ତଥା ୩ ନମ୍ବର ଓାର୍ଡ ରୁ ଗୋଟିଏ ଦିନରେ ୫ ଜଣ କରୋନା ରୋଗୀ ଙ୍କୁ ଚିହ୍ନଟ ପରେ ଉକ୍ତ ଅଂଚଳ କୁ ପ୍ରଶାସନ ତରଫରୁ ଆବଦ୍ଧାଂଚଳ (କଂଟେନମେଂଟ) ଭାବେ ପ୍ରଶାସନ ତରଫରୁ ଘୋଷଣା କରାଯାଇଛି । ସୋମବାର ଉକ୍ତସାହି କୁ ଡାକ୍ତରଖାନା କତୃପକ୍ଷ ଯାଇ ପ୍ରତି ପରିବାର ର କରୋନା ପରୀକ୍ଷା କରିଥିବା ଜଣାପଡିଛି ।

Exit mobile version