ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମଣ ,ସଜାଗ ପାଇଁ ଗାଁ ବାସୀଙ୍କ ତତ୍ପରତା

ଓଡ଼ିଶା ତାଜା ନ୍ୟୁଜ (୨୭ ଅପ୍ରେଲ ମଙ୍ଗଳବାର) କଳାହାଣ୍ଡି :- ଦିନକୁ ଦିନ ସମଗ୍ର ନର୍ଲା ଅଞ୍ଚଳରେ ବଢ଼ି ବଢ଼ି ଚାଲିଛି କରୋନା ପଜିଟିଭ ସଂଖ୍ୟା। ଏହି ବ୍ଳକରେ ୨୦୦ ଶହ ପାର କରିସାରିଲାଣି କରୋନା ଆକ୍ରାନ୍ତ ସଂଖ୍ୟା। ଗାଁ ଠାରୁ ସହର ସବୁଠି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବ୍ଳକର ନର୍ଲା,ରୁପ୍ରାରୋଡ,ଶାନ୍ତପୁରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଗାଁ ଗହଳିରେ ମଧ୍ୟ କରୋନାର ଦୃତ ସଂକ୍ରମଣକୁ ପ୍ରତିରୋଧ କରିବାକୁ ପଦକ୍ଷେପ ଓ ସଚେତନତା ହାତକୁ ନିଆଯାଉଛି ।

ନର୍ଲା ବ୍ଳକର ପଲସାପଡା ଗ୍ରାମରେ କିଛି ସଚେତନ ନାଗରିକ ଅନ୍ୟ ଗାଁ ଲୋକଙ୍କ ଅବାଧ ପ୍ରବେଶକୁ ରୋକିବା ପାଇଁ ଗାଁ ମୁଣ୍ଡରେ କଣ୍ଟା ଦେଇ ରାସ୍ତା ଅବରୋଧ କରିଛନ୍ତି। ଏଥିପାଇଁ ଗାଁରେ ଏକ ବୈଠକ ଅନୁଷ୍ଠିତ ହୋଇଛି। କରୋନାଠାରୁ କିପରି ବଞ୍ଚିପାରିବା ,ଅନ୍ୟମାନେ କିପରି ସଚେତନ ହେବେ,ମାସ୍କ ପିନ୍ଧିବେ, ଗହଳି ଠାରୁ ଦୂରେଇ ରହିବେ ଏସବୁ ବିଷୟରେ ଗାଁର ମୁଖିଆମାନେ ଲୋକଙ୍କୁ ସଚେତନ କରାଇଛନ୍ତି ।

ଏହି ସଙ୍କଟ ସମୟରେ ଆନ୍ତରିକତା ଓ ବିଶ୍ୱାସ ହିଁ ସବୁଠାରୁ ବଡ଼ ଅସ୍ତ୍ର ବିଚାରକରି ଗାଁ ଦେବୀ ପୀଠରେ ଛନାପଣା କାର୍ଯ୍ୟ ତୁଲାଇ ଗାଁ ଚାନ୍ଦାରୁ ପୂଜାର୍ଚ୍ଚନା କରିଛନ୍ତି। ଗ୍ରାମର ଭାଗିରଥି ନାଏକ, କୈଳାସ ଭୋଇ, ସରୋଜ ସାହୁ, ପ୍ରହଲ୍ଲାଦ ନାଏକ, ଅଚ୍ୟୁତ ଗଉଡ,ନିଲେସ ଭୋଇ,ଅଶୋକ ନାଏକ,ଟିକେରାମ ସାହୁ,ହିମାଞ୍ଚଳ ନାଏକ ପ୍ରମୁଖ ଏହି ମହାମାରୀରୁ ସଜାଗ ରହିବାକୁ ଗାଁଲୋକଙ୍କୁ ସଚେତନ କରିଛନ୍ତି।(ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version