ଦିଗପହଣ୍ଡିରେ ବିଦ୍ୟାମନ୍ଦିର ଆଚାର୍ଯ୍ୟ ଓ ବ୍ୟବସାୟୀଙ୍କ ପରଲୋକ

ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ , ସୋମବାର ) ଦିଗପହଣ୍ଡି :-  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରର ଅବସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଜଣେ କାର୍ଯ୍ୟରତ ଆଚାର୍ଯ୍ୟ ବିଭୂ ପ୍ରସାଦ ପଟ୍ଟନାୟକ ଓ ବରିଷ୍ଠ ବ୍ୟବସାୟୀ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀଙ୍କ ସୋମବାର ଦିନ ଆକସ୍ମିକ ମୃତ୍ୟୁ ଘଟିଥିବା ଜଣାପଡିଛି । ଖବରନୁଯାୟୀ , ଦିଗପହଣ୍ଡି ସହରର ସରସ୍ଵତୀ ନଗରରେ ରହିଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବ୍ଳକର କରପଡା ପଞ୍ଚାୟତ ଚୁଡଙ୍ଗପୁର ଗ୍ରାମର ସ୍ବର୍ଗତ ଆଚାର୍ଯ୍ୟ ବିଭୂ ଦୀର୍ଘ ବର୍ଷ ଧରି ଜଣେ ସେନାପତି , ଛାତ୍ରବତ୍ସଳ , ଶାନ୍ତ ସ୍ଵଭାବ ଆଚାର୍ଯ୍ୟ ରୂପେ ବିଦ୍ୟାର୍ଥୀ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରୁଥିଲେ । ଆଚାର୍ଯ୍ୟ ଜଣକ ଗତକାଲି ସାମାନ୍ୟ ଜ୍ବରରେ ପୀଡିତ ହେବା ପରେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଗତ କିଛିଦିନ ତଳେ ବିଦ୍ୟାମନ୍ଦିରର ଅନ୍ୟତମ ଜଣେ ବରିଷ୍ଠ ଆଚାର୍ଯ୍ୟ ପ୍ରଶନ୍ନ କୁମାର ଦାସଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣେ ଆଚାର୍ଯ୍ୟଙ୍କ ଏଭଳି ମୃତ୍ୟୁରେ ଦିଗପହଣ୍ଡି ସହର ତଥା ଆଖପାଖ ଗ୍ରାମାଞ୍ଚଳ ମାନଙ୍କର ବହୁ ଛାତ୍ରଛାତ୍ରୀ , ଅଭିଭାବକ ଏବଂ ଅନ୍ୟାନ୍ୟ ଆଚାର୍ଯ୍ୟ, ଆଚାର୍ଯ୍ୟା ସମେତ ପ୍ରଧାନ ଆଚାର୍ଯ୍ୟା ଲକ୍ଷ୍ମୀକାନ୍ତ ମିଶ୍ର , ଭଗବତୀ ପ୍ରସାଦ ମିଶ୍ର , ଅନୁଷ୍ଠାନ ସଭାପତି ଓ ସଂପାଦକ କୈଳାସ ବେହେରା , ପରିଚାଳନା ସମିତି ସଦସ୍ୟ ବୃନ୍ଦ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ସେହିପରି ଦିଗପହଣ୍ଡି ପୁଞ୍ଜିକୟ ଛକଠାରେ ହାର୍ଡୱେର ଦୋକାନ କରିଥିବା ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀଙ୍କ ମଧ୍ୟ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ପରିବାର ଲୋକଙ୍କ କହିବାନୁଯାୟୀ , ଉଭୟ ବିଭୂ ଓ ଲକ୍ଷ୍ମୀ କୋଭିଡ ଟେଷ୍ଟ କରିନଥିଲେ ମଧ୍ୟ ସେମାନଙ୍କ ଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା । ଯାହାଫଳରେ ସେମାନେ ଶ୍ଵାସ କ୍ରିୟା ନେବାରେ କଷ୍ଟ ଅନୁଭବ କରିଥିବା ପ୍ରକାଶ କରିଛନ୍ତି । ବ୍ୟବସାୟୀଙ୍କ ଏଭଳି ବିୟୋଗରେ ବଣିକ ସଂଘ ଓ ଦିଗପହଣ୍ଡି ବ୍ୟବସାୟୀ ଏବଂ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।    ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version