ବଦଳିଲା ବ୍ୟାଙ୍କିଙ୍ଗ୍ ସମୟ, ଗ୍ରାହକଙ୍କ ପାଇଁ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ

ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ , ସୋମବାର ) ଭୁବନେଶ୍ଵର :- ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଙ୍କିଙ୍ଗ୍ ସମୟରେ ପରିବର୍ତ୍ତନ କରାଯାଇଛି । ଏବେ ଗ୍ରାହକଙ୍କ ପାଇଁ ବ୍ୟାଙ୍କ ୪ ଘଣ୍ଟା ଖୋଲ ରହିବ । ସକାଳ ୧୦ଟାରୁ ଅପରାହ୍ନ ୨ଟା ଯାଏଁ ବ୍ୟାଙ୍କ ଗ୍ରାହକଙ୍କୁ ସେବା ଯୋଗାଇବ । କିନ୍ତୁ ପୂର୍ବଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ବ୍ୟାଙ୍କ ଖୋଲା ରହିବ। ଆସନ୍ତା ମେ ୧୫ ତାରିଖ ଯାଏ ଏହି ନୂଆ ସମୟ ଲାଗୁ ରହିବ ।

କରୋନା ସଂକ୍ରମଣ କାରଣରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାର୍ଯ୍ୟ ସଞ୍ଚାଳନ ହେବ । କର୍ମଚାରୀ ରୋଟେସନ ଆଧାରରେ କାମ କରିବେ । ଏପରିକି ସବୁ ଜିଲ୍ଲାରେ ଏଟିଏମରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅର୍ଥ ବିଭାଗ । ନୂଆ ସମୟ ନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିକୁ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।(ରିପୋର୍ଟ ଲାଲା ଅନନ୍ତ କୁମାର ସିଂହ)

Exit mobile version