ଘରର କୋଠିଆ ଲାଇନକୁ ନେଇ ସାନଭାଇର କାଠ ଫାଳିଆ ମାଡ଼ରେ ବଡ଼ଭାଇ ଗୁରୁତର – ଢେଙ୍କାନାଳ

ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ , ସୋମବାର ) ଢେଙ୍କାନାଳ :- ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ ଅଭାବନୀୟ ଘଟଣା। ଘରର କୋଠିଆ ଲାଇନ୍ କୁ ନେଇ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ଝଗଡା । ସାନ ଭାଇର କାଠ ଫାଳିଆ ମାଡରେ ବଡଭାଇ ଗୁରୁତର ଆହତ।ଏ ନେଇ ଭୁବନ ଥାନାରେ ଦୁଇ ପୃଥକ୍ ପୃଥକ୍ ମାମଲା ।

ସୂଚନାମୁତାବକ, ଗ୍ରାମର ସାହୁବାବୁଙ୍କ ପରିବାରରେ ପୂର୍ବରୁ ଘରର କୋଠିଆ ଲାଇନ୍ ଅର୍ଥାତ୍ ବାପାଙ୍କ ନାମରେ ଥିଲା।ଇଲେକ୍ଟ୍ରି ବିଲ୍ କେହି ଦିଅନ୍ତି ନାହିଁ।ବାଦ ବିବାଦ ଯୋଗୁଁ ଏହା ପନ୍ଦର ବର୍ଷର ଏରିଅର୍ ଥିଲା।ଗତ କିଛି ଦିନ ତଳେ ବଡ଼ଭାଇ ଅଧା ପଇସା ପଇଠ କରି ନୂଆ ଇଲେକ୍ଟ୍ରି କନେକସନ୍ ଫି ଦେଇ ମଠକରଗୋଳା ଜେ‌‌.ଇ.ଙ୍କ ଅନୁମତିରେ ଗତ ୧୭/୪/୨୧ ରେ ନୂଆ ଲାଇନ୍ ନେଇଥିଲେ। ସେତେବେଳେ ମଧ୍ୟ ବିବାଦ ଲାଗିଥିଲା। ତେବେ ଗତ ସଂନ୍ଧ୍ୟା ୫ ଘଟିକା ସମୟରେ ଏ ଇଲେକ୍ଟ୍ରି ସଂଯୋଗ କୁ ନେଇ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଥିଲା। ଏଥିରେ ସାନଭାଇ ଗୋବିନ୍ଦର କାଠ ଫାଳିଆ ମାଡରେ ବଡ଼ଭାଇ ଗୌରାଙ୍ଗ ଗୁରୁତର ହୋଇଛନ୍ତି।ଏହାକୁ ନେଇ ଭୁବନ ଥାନାରେ ଦୁଇଟି କେସ୍ ୧୫୭/୨୧ ଓ ୧୫୮/୨୧ ରେ ରୁଜୁ ହୋଇ ପୁଲିସ ତଦନ୍ତ ଜାରି ରଖିଛି। (ରିପୋର୍ଟ୍, ଅମର ରଞ୍ଜନ ଦାସ) ଢେଙ୍କାନାଳ।

Exit mobile version