ଶଙ୍ଖଚିଲା ମା’ହିଙ୍ଗୁଳା ପୂଜାର ଶୁଭାଧିବାସ ‘କରୋନା କଟକଣା ଅନୁଯାୟୀ ହେବ ଯଜ୍ଞ ଓ ମେଳା

ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ , ସୋମବାର ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ସ୍ଥିତ ମା’ହିଙ୍ଗୁଳା ଦେବୀଙ୍କ ୯୧ତମ ଯଜ୍ଞତ୍ସବ ସୋମବାର ଆରମ୍ଭ ହୋଇଛି ପୂର୍ବାହ୍ଣ ୧୧ଟା ବେଳେ ମନ୍ଦିରରେ ଧ୍ୱଜା ସ୍ଥାପନା କରାଯାଇଥିଲା । ମା’ହିଙ୍ଗୁଳାଙ୍କ ଜ୍ଞତ୍ସବ ର ଶୁଭାଧିବାସ ଅପରାହ୍ଣ ୫ଟାରେ ଖମଣ ସ୍ଥିତ ଠାକୁରେଶ୍ୱର ପୁଷ୍କରଣୀରେ କଳସ ବୁଡା କାର୍ଯ୍ୟ ବିଧିମତେ ସଂପନ୍ନ ହୋଇଛି ଏହି ଉପଲକ୍ଷେ କରୋନା କଟକଣା ଭିତିରେ ଶଙ୍ଖ, ହୁଳହୁଳି ଓ ନାମସଂକୀର୍ତନ ଦେଇ ମାତୃଭକ୍ତମାନେ ମା’ଙ୍କ କଳସ ଶୋଭା ଯାତ୍ରାରେ ସାମିଲ ହୋଇଥିଲେ ।

ଦେହୁରୀ ମଣିଚରଣ ପୋଇ, ନାପିତ ଶିବପ୍ରସାଦ ବାରିକ ଓ ନାରାୟଣ ବାରିକ ଓ ମୁଖ୍ୟପୂଜକ ରବୀନ୍ଦ୍ର ମିଶ୍ର, ମନ୍ଦିର ପୂଜକ କମଳେନ୍ଦୁ ମିଶ୍ର, ବାମଦେବ ପାଢୀ, ଦୁର୍ଯ୍ୟୋଧନ ପାଢୀ, ପରମାନନ୍ଦ ପାଣିଗ୍ରାହୀ, ଲକ୍ଷ୍ମୀଧର ଅଧିକାରୀ, ନିରଞ୍ଜନ ପଣ୍ଡା, ଅଶୋକ ଦାସ, ରାଜକିଶୋର ରଥଙ୍କ ସମେତ ଏକାଧିକ ବ୍ରାହ୍ମଣ ପୁରୋହିତଙ୍କ ମବଜପରେ ଜଳ ଉଠାଯିବା ପରେ ପୀଠରେ ସ୍ଥାପନ କରାଯାଇଥିଲା ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ହିଙ୍ଗୁଳା କମିଟର ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ସଂପାଦକ କୃଷ୍ଣ ଚନ୍ଦ୍ର ବାବୁଲି ସାହୁ, କୈଳାସଚନ୍ଦ୍ର ସାହୁ, ରମେଶଚନ୍ଦ୍ର ନାୟକ, ରାଜକିଶୋର ସାହୁ, ଅନନ୍ତଚରଣ ମଲ୍ଲିକ, ବାଇଧାର ନାୟକ, ବଳରାମ ସାହୁ, ରଘୁନାଥ ସାହୁ, ସୁରେନ୍ଦ୍ରକୁମାର ସାହୁ, ଅକ୍ଷୟକୁମାର ଜେନା ପ୍ରମୁଖ କର୍ମକର୍ତା ଓ ଅଂଚଳବାସୀ କରୋନା କଟକଣା ଭିତିରେ ସାମିଲ ହୋଇଥିଲେ । ଘଟକଳସ ସ୍ଥାପନ ପରେ ଅଙ୍କୁରାରୋପଣ କରାଯିବା ସହ ଯଜ୍ଞ କାର୍ଯ୍ୟର ପ୍ରକ୍‌ପ୍ରସ୍ଥୁତି କାର୍ଯ୍ୟ କରାଯାଇଥିଲା ।  (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)

Exit mobile version