ଭିଟେରୋ ଟାଇଲସ୍ ପକ୍ଷରୁ ଉତ୍ପାଦ ପୋର୍ଟଫୋଲିଓକୁ ସୁଦୃଢ଼ କରି ଭାରତରେ ୫୬ ନୂଆ ସେଡ୍‌ର ୱାଲ୍ ଟାଇଲ୍‌ର ଉନ୍ମୋଚନ ; ୨୦୨୧-୨୨ ଆର୍ଥିକ ବର୍ଷରେ ୫୦% ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ

ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ , ସୋମବାର )ଭୁବନେଶ୍ୱର :- ଦେଶର ଅଗ୍ରଣୀ ବିଲ୍‌ଡିଂ ଉପକରଣ ବ୍ରାଣ୍ଡ୍ ଅପର୍ଣ୍ଣା ଏଟଂରପ୍ରାଇଜେସ୍‌ର ଟାଇଲ୍ ବ୍ରାଣ୍ଡ୍ ଭିଟେରୋ ଟାଇଲସ୍ ତରଫରୁ ଭିଟ୍ରା ନାମକ ନୂଆ ୱାଲ୍ ଟାଇଲ୍ ସମ୍ଭାରକୁ ଉନ୍ମୋଚନ କରାଯାଇଛି । ପ୍ରିମିୟମ ମାନ, ଆଧୁନିକ ଡିଜାଇନ୍ ଓ ପାରମ୍ପରିକ ସୌନ୍ଦର୍ଯ୍ୟରୁ ଅନୁପ୍ରାଣିତ ହୋଇଥିବା ଏହି ନୂଆ ସିିରିଜ୍‌ର ଟାଇଲ୍‌ରେ ୫୬ ପ୍ରକାର ସେଡ୍ ରହିଛି । ଏହି ନୂତନ ଉନ୍ମୋଚନ ସହ ୱାଲ୍ ଟାଇଲ୍ ଉତ୍ପାଦ ବର୍ଗରେ ଏବେ ଚାରିଟି ସିରିଜ୍‌ରେ ୪୦୦ରୁ ଅଧିକ ପ୍ରକାରର ସେଡ୍ ରହିପାରିଛି । ସାରା ଭାରତରେ ୨୭୫ରୁ ଅଧିକ ଡିଲରଙ୍କ ଜରିଆରେ ଭିଟ୍ରା ଭାରତରେ ଉପଲବ୍ଧ ହେବ । ଉତ୍ପାଦ ସମ୍ପ୍ରସାରଣ ଓ ଅଭିବୃଦ୍ଧି ଯୋଜନା ସମ୍ପର୍କରେ ଶ୍ରୀଯୁକ୍ତ ଅଶ୍ୱିନୀ ରେଡ୍ଡି, ପରିଚାଳନା ନିର୍ଦେଶକ, ଅପର୍ଣ୍ଣା ଏଟଂରପ୍ରାଇଜେସ୍‌ ଲିମିଟେଡ୍ କହିଛନ୍ତି ଯେ, “ଗତବର୍ଷର ଆହ୍ୱାନ ସତ୍ୱେ, ଗତ ଆର୍ଥିକ ବର୍ଷରେ ଭିଟେରୋ ଟାଇଲସ୍ ୧୩% ଅଭିବୃଦ୍ଧି ହାସଲ କରିଛି ଏବଂ ଚଳିତ ଆର୍ଥିକ ବର୍ଷକୁ ୫୦% ଅଭିବୃଦ୍ଧି ସହ ଶେଷ କରିବାକୁ ଆଶା ରଖିଛି । ଆମର ନୂଆ ଉନ୍ମୋଚନର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ଉଚ୍ଚ ମାନର ଓ ପ୍ରିମିୟମ୍ ମାନର ଡିଜାଇନ୍ ଉତ୍ପାଦ ପ୍ରଦାନ କରିବା ।

ପୋର୍ଟଫୋଲିଓ ଗଠନ କରିବା ବ୍ୟତୀତ ଆମେ ଟାଇଲ୍ ଉତ୍ପାଦନ କ୍ଷମତା ମଧ୍ୟ ବଢ଼ାଇବୁ ଏବଂ ସାରା ଭାରତରେ ଆମର ବିତରଣ ନେଟ୍‌ୱର୍କରେ ଉନ୍ନତି ଆଣିବୁ । ଗତବର୍ଷ ଆମେ ଆମର ଡିଲର ନେଟ୍‌ୱର୍କରେ ୨୩% ବୃଦ୍ଧି କରିଥିଲୁ ଓ ଚଳିତ ବର୍ଷ ସେଥିରେ ଆଉ ୩୦% ବୃଦ୍ଧି କରିବୁ ।’’ ଭିଟ୍ରା ସମ୍ଭାର ହେଉଛି ଷ୍ଟାଇଲ୍ ଓ କାର୍ଯ୍ୟଦକ୍ଷତାର ମିଶ୍ରଣ ଯାହା ଅତି ଜୀବନ୍ତ କଂଟ୍ରାଷ୍ଟ ଫିନିସ୍ ପ୍ରଦାନ କରିବ । ପଚାଶରୁ ଅଧିକ ସେଡ୍‌ରେ ଉପଲବ୍ଧ ଥିବା ଏହି ସିିରିଜ୍‌କୁ ସଦ୍ୟତମ ନାନୋ ଟେକ୍ନୋଲୋଜିକୁ ବ୍ୟବହାର କରି ଆନ୍ଧ୍ରପ୍ରଦେଶର ପେଦାପୂରମ ଠାରେ ଥିବା ଷ୍ଟେଟ-ଅଫ୍‌-ଦି ଆର୍ଟ କାରଖାନାରେ ଉତ୍ପାଦନ କରାଯାଉଛି । ଟାଇଲ୍ ନିର୍ମାଣରେ ବ୍ୟବହାର ହେଉଥିବା ୬୦% କଂଚାମାଲ୍ କୁ କଂପାନି ଭିତରେ ବିଭିନ୍ନ ପ୍ରକାର ପ୍ରକ୍ରିୟାରେ ଉତ୍ପାଦନ କରାଯାଉଛି ଓ ସମସ୍ତ ପ୍ରକ୍ରିୟାରେ ମାନ ବଜାୟ ରଖାଯାଇଛି । ଆଡଭାନ୍ସଡ୍ ପଲିସିଂ ୟୁନିଟ୍‌କୁ ବ୍ୟବହାର କରି ଏହି ସିରିଜ୍‌ର ପ୍ରକ୍ରିୟାକରଣ କରାଯାଉଛି ଯାହା ସମ୍ଭାରକୁ ଉଜ୍ୱଳତା, ସ୍ଥିରତା ଓ ଦୀର୍ଘସ୍ଥାୟିତ୍ୱ ପ୍ରଦାନ କରିଛି । ଏହି ଟାଇଲ୍‌ ଗୁଡ଼ିକ ଉନ୍ନତ ଉଜ୍ୱଳ ଫିନିସ୍ ପ୍ରଦାନ କରୁଛି । ଉଭୟ ଘରୋଇ ବାଣିଜ୍ୟିକ ବ୍ୟବହାର ପାଇଁ ଏହା ଉପଯୁକ୍ତ । ସାରା ଭାରତରେ ଏହି ଟାଇଲ୍ ‌ଗୁଡ଼ିକ ୩୦୦x୩୦୦ ଏମ୍‌ଏମ୍ ଓ ୩୦୦ x୬୦୦ ଏମ୍‌ଏମ୍ ଆକୃତିରେ ଉପଲବ୍ଧ ହେଉଛି ।

Exit mobile version