ଜିଲ୍ଲାପାଳ ଅନୁପମ ଶାହା ମୋହନା ବ୍ଲକର ଆଇ.ଟି.ଆଇ ପରିସରରେ ଥିବା କୋଭିଡ କେୟାର ସେଣ୍ଟର ଓ କମଳାପୁର ନାକା ଗେଟ ପରିଦର୍ଶନ

ଓଡ଼ିଶା ତାଜା ନ୍ୟୁଜ (୨୫ ଅପ୍ରେଲ ରବିବାର )ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲାପାଳ ଅନୁପମ ଶାହା ମୋହନା ବ୍ଲକ ର ଆଇ ଟି ଆଇ ପରିସରରେ ଥିବା କୋଭିଡ଼ କେୟାର ସେଣ୍ଟରଓ କମଳାପୁର ନାକା ଗେଟ ପରିଦର୍ଶନ କରିଥିଲେ ଗଜପତି ଜିଲାପାଳ ଅନୁପମ ଶାହାଙ୍କ ସହ ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ, ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲାପାଳ ଅନୁପମ ଶାହା କୋଭିଡ ହସ୍ପିଟାଲ ମଧ୍ୟରେ ନିଯୁକ୍ତ ଥିବା ଡାକ୍ତର ଏବଂ ସମସ୍ତ କର୍ମୀଙ୍କ ସହ ଆଲୋଚନା କରିବା ସହ ହସ୍ପିଟାଲର ସମସ୍ତ କୋଠରୀ ବେଡ଼, ଆନୁସଙ୍ଗିକ ବ୍ୟବସ୍ଥା ଦେଖି ନିୟମ ମୁତାବକ ରୋଗୀଙ୍କ ଚିକିତ୍ସା କରିବା ପାଇଁ ହସ୍ପିଟାଲ୍ ରେ ଉପସ୍ଥିତ ଥିବା ଡକ୍ଟର ଏବଂ ଅନ୍ୟାନ୍ୟ ଷ୍ଟାଫ ଙ୍କୁ ଅନୁରୋଧ କରିଥିଲେ ।

ଏହାପରେ ଜିଲାପାଳ ଶ୍ରୀଶାହା ମୋହନା ବ୍ଲକ ଗସ୍ତ ସମୟରେ ଗଞ୍ଜାମ ଓ ଗଜପତି ସୀମା କମଳାପୁର ସ୍ଥିତ ନାକା ଗେଟ ପରିଦର୍ଶନ କରି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପୋଲିସ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ ।  (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version