ଯୁବପରିଷଦ ଓ ସଚେତନ ନାଗରିକ ପକ୍ଷରୁ ଶଙ୍ଖଚିଲାରେ କରୋନା ସଚେତନତା କାର୍ଯ୍ୟକ୍ରମ ଅମାନିଆ ହେଲେ ଦଣ୍ଡ ; ତୁଣ୍ଡି ନପିନ୍ଧିଲେ ତଣ୍ଡ

ଓଡ଼ିଶା ତାଜା ନ୍ୟୁଜ (୨୫ ଅପ୍ରେଲ ରବିବାର )କୋରାଇ :-  ବିଶ୍ୱ ମହାମାରୀ କରୋନାର ଦ୍ୱିତୀୟ ଲହର ଏବେ କାୟାବିସ୍ତାର କରିବାରେ ଲାଗିଛି । ଏଥିରୁ ରକ୍ଷାପାଇବା ପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହି କ୍ରମରେ ଆଜି(ରବିବାର) କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତର ଠାକୁରପାଟଣା ଯୁବପରିଷଦ ଓ ଶଙ୍ଖଚିଲାର ସଚେତନ ନାଗରକ କମିଟ୍ ପକ୍ଷରୁ ବ୍ୟବସାୟୀକ କେନ୍ଦ୍ରସ୍ଥଳୀ ଶଙ୍ଖଚିଲା ହାଟରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମ ଯୁବପରିଷଦର ସଭାପତି ପ୍ରଶାନ୍ତକୁମାର ସାହୁଙ୍କ ତତ୍ୱାବଧନାରେ ହୋଇଥିଲା ବେଳେ ଖମଣ ପଂଚାୟତ ସରପଂଚ ସୁଶାନ୍ତକୁମାର ସାହୁ, ଫାଣ୍ଡିଅଧିକାରୀ ଅଭୟକୁମାର ନାୟକ, ଯୁବପରିଷଦର ଉପଦେଷ୍ଟା ଅନନ୍ତଚରଣ ମଲ୍ଲିକ,

ପୂର୍ବତନ ସରପଂଚ କୈଳାସଚନ୍ଦ୍ର ସାହୁ, ଯାଜପୁର ଏକତା ମଂଚର ସଂଯୋଜକ ଅକ୍ଷୟକୁମାର ଜେନା ପ୍ରମୁଖ ଯୋଗଦେଇ ହାଟ ମଧ୍ୟରେ ଗହଳି ନକରିବା, ସାମଜିକ ଦୂରତା ରକ୍ଷାକରିବା, ସମସ୍ତେ ତୁଣ୍ଡି ବନ୍ଧିବା, ବାରମ୍ବାର ସାବୁନୁରେ ହାତଧୋଇବା, ଆବଶ୍ୟକ ନଥିଲେ ଘରୁ ବାହାରକୁ ନବାହାରିବା ଓ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ କରୋନ କଟକଣା ଅନୁଯାଇ ସଙ୍ଗରୋଧରେ ରଖାଇବା ଆଦି ସଚେତନତା ବାର୍ତା ପ୍ରଦାନ କରାଯାଇଥିଲା । ଅମାନିଆ ହେଲେ କଠୋର ଦଣ୍ଡ ଦିଆଯିବ ଓ ମାସ୍କ ନପିନ୍ଧିଲେ ୨୦୦ରୁ ୨୦୦୦ଟଙ୍କା ଯାଏ ତଣ୍ଡ (ଜରିମନା) ନିଆଯିବ ବୋଲି ଫାଣ୍ଡିଅଧିକାରୀ ଶ୍ରୀ ନାୟକ ସମସ୍ତଙ୍କୁ ସୂଚନା ଦେଇଥିଲେ । ବ୍ୟବସାୟୀକ କେନ୍ଦ୍ର ଶଙ୍ଖଚିଲା ହାଟକୁ ବିଶିଷ୍ଠ ସମାଜସେବୀ ବିଜୟକୁମାର ସାହୁ ସଂପୂର୍ଣ୍ଣରୂପେ ସାନିଟାଇଜ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଏହି ପରିପ୍ରେକ୍ଷିରେ ଏକ ଶୋଭାଯାତ୍ରା ହାଟରୁ ବାହାରି ପ୍ଲାକାର୍ଡ ଧରି ଓ ସ୍ଲୋଗାନ ଦେଇ ମା’ହିଙ୍ଗୁଳା ପୀଠ ଯାଏ ପରିକ୍ରମା କରିଥିଲା । ଶଙ୍ଖଚିଲା ହାଟର ପରିବା ବ୍ୟବସାୟୀ, ମାଛ ହାଟ ଆଦି ସମସ୍ତ ବଜାରକୁ ବୁଲି ସଚେତନ ପୂର୍ବକ ସମସ୍ତ ବେପାରୀଙ୍କୁ ତୁଣ୍ଡି ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହିଙ୍ଗୁଳା କମିଟିର ସଂପାଦକ କୃ୩⁄୪ଚନ୍ଦ୍ର ବାବୁଲି ସାହୁ, ପରିଷଦର ଉପଦେଷ୍ଟ ରମାକାନ୍ତ ସାହୁ, ଉପସଭାପତି ଗୋପାଳଚନ୍ଦ୍ର ସାହୁ, ସଂପାଦକ ଉମାକାନ୍ତ ସାହୁ, ଯୁବସମାଜସେବୀ ସନ୍ତୋଷକୁମାର ବେହେରା, ପରିକ୍ଷିତ ରାଉତ, ଅଶୋକକୁମାର ବେହେରା, ରବୀନ୍ଦ୍ର ସାହୁ, ପରମେଶ୍ୱର ମଲ୍ଲିକ, ହେମନ୍ତ ପୃଷ୍ଟି, ଅବିନାଶ ସାହୁ, ନୟନଦୀପ୍ତ ବେହେରା, ଅକ୍ଷୟକୁମାର ପୃଷ୍ଟି, ଉମାକାନ୍ତ ବିନ୍ଧାଣୀ, ନିରଞ୍ଜନ ମହାକୁଡ୍‌, ପ୍ରଦୀପ ବାରିକ, ବିକାଶ ସାହୁ, ହରିଶଙ୍କର ଗୁରୁ ପ୍ରମୁଖ ଯୁବପରିଷଦର ସଦସ୍ୟଙ୍କ ସମେତ ବହୁସଚେତନ ନାଗରିକ ସାମିଲ ହୋଇଥିଲେ । ଶେଷରେ ଯୁବପରିଷଦର ସଭାପତି ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।     ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ ) 

Exit mobile version