କୁକୁଡ଼ା ଫାର୍ମରେ ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ : ବିପୁଳ ପରିମାଣର ମଦ, ପ୍ରସ୍ତୁତି ସାମଗ୍ରୀ ଜବତ, ୩ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨୫ ଅପ୍ରେଲ ରବିବାର )ହିଞ୍ଜିଳିକାଟୁ :-  ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ନକଲି ସାମଗ୍ରୀ ପ୍ରସ୍ତୁତିର ପେଣ୍ଠସ୍ଥଳୀ ପାଲଟିଛି । ଅବକାରୀ ଓ ପୁଲିସ ବିଭାଗର ଦୃଢ କାର୍ଯ୍ୟାନୁଷ୍ଠାନ ଫଳରେ ବହୁ ଚୋରା ବେପାରୀ ସହରଛାଡ଼ି ଗାଁ ମୁହାଁ ହୋଇଛନ୍ତି । ନକଲି ସାମଗ୍ରୀ ବିକ୍ରିରୁ ପ୍ରଚୁର ମୁନାଫା କମାଇ ଜେଲ ଯିବା ପରେ ବେଲରେ ଆସି ପୁଣି ନକଲ ମଦ ପ୍ରସ୍ତୁତି କାରବାର ଚଲାଇଥିଲେ । ଏଭଳି ଏକ ନକଲି ମଦ ପ୍ରସ୍ତୁତି କାରଖାନାକୁ ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୂୁ ହିଞ୍ଜିଳି ଥାନା ଅଂଚଳରେ ଚଢାଉ କରାଯାଇଛି । ଚଢାଉ ବେଳେ କାରଖାନା ଭିତରୁ ୩ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣର ମଦ ପ୍ରସ୍ତୁତି ସାମଗ୍ରୀ, ଯନ୍ତ୍ରାାଂଶ, ଖାଲି ବୋତଲ, ଠିପି, ମଦ ବୋତଲର ଅସଲି ଲଗୋ ସମେତ ହୋମିଓପାଥୀ ଔଷଧ ପାଇଁ ବ୍ୟବହୃତ ସ୍ପିରିଟ୍ ଏଭଳି ଟ୍ରକ ଭର୍ତି ସାମଗ୍ରୀ ୟକୁ ବିଭାଗ ପକ୍ଷରୁ ଜବତ କରାଯାଇଛି । ଏ ନେଇ ଜିଲ୍ଲା ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭାର୍ତା ଘଟଣାର ବିସୃତ ବିବରଣୀ ପ୍ରଦାନ କରିବା ସହ କେଶ ନଂ ୨/୨୦-୨୧ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।

ଗିରଫ ମାନେ ହେଲେ ବ୍ରହ୍ମପୁର ବଡ଼ ବଜାର ଥାନା ଅଂଚଳର ସୁନିଲ କୁମାର ସାହୁ (୨୬)ବ୍ରହ୍ମପୁର ସଦର ଥାନା ବୋରିଗାଁର ମିଲନ ସାହୁ(୨୪) ଓ ହିଞ୍ଜିଳି ଥାନା ଖଇରବେଠି ଗ୍ରାମର ସନ୍ତୋଷ କୁମାର ଗଉଡ଼ (୨୧) । ସୂଚନା ପ୍ରକାରେ, ବ୍ରହ୍ମପୁର ବଡ଼ ବଜାର ଥାନା ଅଂଚଳର ସୁନିଲ କୁମାର ସାହୁ ଗତ ଏକ ମାସ ପୂର୍ବରୁ ନକଲି ମଦ ପ୍ରସ୍ତୁତ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ । ଜେଲରୁ ବେଲରେ ଆସିବା ପରେ ବ୍ରହ୍ମପୁର ସଦର ଥାନା ବୋରିଗାଁର ମିଲନ ସାହୁ ଓ ହିଞ୍ଜିଳି ଥାନା ଖଇରବେଠି ଗ୍ରାମର ସନ୍ତୋଷ କୁମାର ଗଉଡ଼ ମିଳିତ ଭାବେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନୁଆଁ ମକରଝୋଳ ଗ୍ରାମ ଶେଷରେ ଥିବା ଏକ ପୁରୁଣା ବ୍ରଏଲର କୁକୁଡ଼ା ଫାର୍ମରେ ଗତ କିଛି ମାସ ଧରି ନକଲି ବିଦେଶୀ ମଦ ପ୍ରସ୍ତୁତ କାରବାର ଚଳାଇଥିଲେ । ନକଲି ବିଦେଶୀ ମଦ ପ୍ରସ୍ତୁତି କାରବାର ସମ୍ପର୍କରେ ସ୍ଥାନୀୟ ଅବକାରୀ ବିଭାଗକୁ ବିଶେଷ ସୁତ୍ରରୁୁ ସୂଚନା ମିଳିବା ପରେ ଜିଲ୍ଲା ଅବକାରୀ ସ୍କାର୍ଡ଼ ଓ ସ୍ଥାନୀୟ ଅବକାରୀ କର୍ମଚାରୀ ମାନେ ରବିବାର ଭୋରରୁ ଚଢାଉ କରିଥିଲେ । ଚଢାଉ ବେଳେ ୧୭୨ଟି (୧୮୦ମିଲି) ଏମସି ନଂ-୧ହୁଇସ୍କି, ୧୦୫ଟି ଇମ୍ପେରାଲ ବ୍ଳୁ ହୁଇସ୍କି (୧୮୦ମିଲି), ୧୯୨ଟି ରୟାଲ ଷ୍ଟଗ ପ୍ରିମିୟମ ହୁଇସ୍କି (୧୮୦ମିଲି), ବିଭିନ୍ନ ବ୍ରାଣ୍ଡର ୧୦୦ମିଲି ବିଶିଷ୍ଟ ୫ହଜାର୩ଶହ ଖାଲି ମଦ ବୋତଲ, ରାସାୟନିକ ଦ୍ରବ୍ୟ ୨୦ଲିଟର,

ମଦ ପ୍ରସ୍ତୁତି ପାଉଡ଼ର ୧ କିଲୋଗ୍ରାମ, ହେମିଓପାଥୀ ଔଷଧ ସକାଶେ ବ୍ୟବହୃତ ସ୍ପିରିଟ ୫୪୦ଟି ବୋତଲ (୪୫୦ମିଲି ବିଶିଷ୍ଟ), ଚତୁରତାର ସହ ଅବକାରୀ ବିଭାଗର ୮୦୮ଟି ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦର ଲେବଲକୁ ଜବତ କରାଯାଇଥିଲା । ଜବତ ପରେ ଗିରଫ ମାନେ ନକଲି ମଦ ପ୍ରସ୍ତୁତି ପ୍ରଣାଳୀ ପଦର୍ଶନ କରିଥିଲେ । ସବୁଠାରୁ ଉଲ୍ଲେଖଯୋଗ୍ୟ ପ୍ରସଙ୍ଗ ହେଲା ମଦ ବୋତଲ ଗୁଡ଼ିକୁ କବାଡ଼ିଆ ଦୋକାନରୁ କିଣିବା ପରେ ବ୍ରହ୍ମପୁର ଷ୍ଟେସନ ରୋଡ଼ ନିକଟରେ ଥିବା ଏକ ବୋତଲ ସଫେଇ ଦୋକାନରେ ବୋତଲ ଗୁଡ଼ିକୁ ପରିଷ୍କାର କରୁଥିଲେ । ପଶ୍ଚିମବଙ୍ଗ କଲିକତାରୁ ମଦ ବୋତଲ ଠିପି, ଲେବଲ ଓ ମଦ ପ୍ରସ୍ତୁତି ଯନ୍ତ୍ରାଂଶ ଓ ହେମିଓପାଥୀ ସ୍ପିରିଟକୁ ବ୍ରହ୍ମପୁର ବଡ଼ ବଜାର ଥାନା ଗୋପିଆନ୍ନା ନିକଟରୁ ଆଣି ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିଲେ । ଚଢାଉରେ ଜିଲ୍ଲା ଉପ ଅଧିକ୍ଷକ ଅଭିରାମ ବେହେରା, ଛତ୍ରପୁର ଅବକାରୀ ନିରିକ୍ଷକ ପ୍ରିତିଧାରା ନାୟକ, ଏଏସଆଇ ଦୂର୍ଯ୍ୟଧନ ଦିଗାଲ, ରବିନ୍ଦ୍ରନାଥ ବିଶ୍ୱାରଳ, ସନ୍ତୋଷ କୁମାର ପାଢି, କେ. ହଇମାବତି ରେଡ୍ଡି. ସୁଜିତ ପ୍ରଧାନ, ହିଞ୍ଜିଳି ଅବକାରୀ ବିଭାଗ ଭାରପ୍ରାପ୍‌ତ ଅଧିକାରୀ ତଥା ଏସଆଇ ନବପସ୍ମିତା ନାୟକ, ଏଏସଆଇ ଗିତାଞ୍ଜଳି ବେହେରା, ଭୋବନି ବେହେରା, ଏସ. ଭିମାରାଓ, ଲୋଟେଶ୍ୱର ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଅନ୍ୟ ପକ୍ଷରେ ହିଞ୍ଜିଳିକାଟୁ ସହରରେ ପୁଲିସ ଓ ଅବକାରୀ ବିଭାଗ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ସହର ଠାରୁ ମାତ୍ର ୭କିଲୋମିଟର ଦୂରରେ ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଚାଲିଥିବା ବେଳେ ଉଭୟ ବିଭାଗର ଅଧିକାରୀ ମାନେ କିପରି ଜାଣିପାରିନଥିଲେ ତାହା ସନ୍ଦେହ ସୃଷ୍ଟି କରିଛି । ସ୍ଥାନୀୟ ଅଂଚଳରୁ ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଚଢାଉ ପରେ ସ୍ଥାନୀୟ ପୌରାଂଚଳ ଓ ନିକଟବର୍ତି ଗ୍ରାମାଂଚଳର ବିଭିନ୍ନ ହୋଟେଲ, ପାନ ଓ ଚାହା ଦୋକାନରେ ବେଆଇନ ଭାବେ ବିକ୍ରି ହେଉଥିବା ବିଦେଶୀ ମଦ ବାସ୍ତବରେ ଅସଲି କି ନକଲି ସେ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।    ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version