ଜୟନ୍ତୀରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି

“ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଭାଷାଭତ୍ତିକ ରାଷ୍ଟ୍ର ନିର୍ମାଣର ବଳିଷ୍ଠ ବିନ୍ଧାଣୀ, ଅଗ୍ରପୂଜ୍ୟ, ଚିର ସ୍ମରଣୀୟ ତଥା ଚିର ବନ୍ଦନୀୟ, ପୂଣ୍ୟ ଶ୍ଲୋକ,ପୂଣ୍ୟାତ୍ମା ଉଜ୍ଜ୍ୱଳ ପୁରୁଷ ମହାରାଜା ଶ୍ରୀ ଶ୍ରୀ କୃଷ୍ଠଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପବିତ୍ର ଜୟନ୍ତୀ ଅବସରରେ ଆମ ସମସ୍ତଙ୍କର କୋଟି କୋଟି ପ୍ରଣାମ । ଏହି ଦିବସଟି ସମସ୍ତ ଓଡିଶାବାସୀଙ୍କ ପାଇଁ ଗୌରବର ସ୍ୱାକ୍ଷର ବହନ କରେ ।”

ଓଡ଼ିଶା ତାଜା ନ୍ୟୁଜ (୨୫ ଅପ୍ରେଲ ରବିବାର ) ଭୁବନେଶ୍ୱର :- ଅପ୍ରେଲ ୨୬ ତାରିଖରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୨୮ ତମ ଜୟନ୍ତୀ । ଏହି ଉପଲକ୍ଷେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଅପ୍ରେଲ ୨୬ ତାରିଖ ସକାଳେ ସ୍ଥାନୀୟ ଏ.ଜି. ଛକ ସ୍ଥିତ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ କୋଭିଡ୍ କଟକଣା ଅନୁପାଳନ ପୂର୍ବକ ସୀମିତ ସଂଖ୍ୟକ ଅଧିକାରୀ ଓ ବ୍ୟକ୍ତିଙ୍କ ଦ୍ୱାରା ପୁଷ୍ପମାଲ୍ୟ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରାଯିବା ନେଇ କାର୍ଯ୍ୟକ୍ରମ ସ୍ତିରୀକୃତ ହୋଇଛି । ଏହି ଅବସରରେ ମହାରାଜାଙ୍କ ପ୍ରତି ପାରଳା ଗଜପତି ବିକାଶ ମଂଚ, ଭୁବନେଶ୍ୱର ଏବଂ ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦ, ଭୁବନେଶ୍ୱରଙ୍କ ତରଫରୁ ମଧ୍ୟ ଉତ୍କଳର ଏହି ବରପୁତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ସୂଚନା ଓ ଲୋକ ସଂପର୍କ ବିଭାଗକୁ ପ୍ରେରିତ ଏକ ପତ୍ରରେ ପାରଳା ଗଜପତି ବିକାଶ ମଂଚ ତରଫରୁ କୁହାଯାଇଛି ଯେ, ପୂର୍ବରୁ ଏହି ଦୁଇ ଅନୁଷ୍ଠାନ ସହଯୋଗରେ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସରକାରୀ ସ୍ତରରେ ପାରଳା ମହାରାଜାଙ୍କ ଜୟନ୍ତୀ ପାଳନ କରାଯାଇଥାଏ । କିନ୍ତୁ ଗତ ବର୍ଷ ପରି ଏ ବର୍ଷ ମଧ୍ୟ କରୋନା ମହାମାରୀ କଟକଣା ଯୋଗୁଁ ଏହି ବରପୁତ୍ରଙ୍କ ଜୟନ୍ତୀ ଯେପରି ଭାବେ ସମାରୋହରେ ପାଳନ ହେବା କଥା, ତାହା ସମ୍ଭବପର ହୋଇପାରୁନାହିଁ । ତେଣୁ ଏହି ଅନୁଷାନ ଦ୍ୱୟ ତରଫରୁ ଉପରୋକ୍ତ ମର୍ମରେ ବାର୍ତ୍ତା ପ୍ରେରଣ କରାଯାଇ ପୁଣ୍ୟାତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପ୍ରକାଶ ଥାଉକି, ଜୟନ୍ତୀରେ ବିଧାନସଭା ପରିସରରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିର୍ମୂିର୍ତ୍ତିରେ ବିଧାନ ସଭା ତରଫରୁ ମଧ୍ୟ କୋଭିଡ୍ କଟକଣା ଅନୁପାଳନ ପୂର୍ବକ ମାଲ୍ୟାର୍ପଣ କରାଯିବ ।

Exit mobile version